Tuesday, September 29, 2026
23.2 C
Odisha

    ପୁଣି ବିଜେପି ଉପରେ ବର୍ଷିଲେ ଲେଖାଶ୍ରୀ: କହିଲେ- ରାଜ୍ୟରେ ବିଜେପି ଆଉ ଦଳ ହୋଇନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବାର ଦିନକ ପରେ ଲେଖାଶ୍ରୀ ସାମନ୍ତସିଂହାର ପୁଣି ଥରେ ଭାରତୀୟ ଜନତା ଦଳ (ବିଜେପି) ଉପରେ ବର୍ଷିଛନ୍ତି। ମଙ୍ଗଳବାର ସେ କହିଛନ୍ତି, ଓଡ଼ିଶାରେ ବିଜେପି ଏକ ରାଜନୈତିକ ଦଳ ହୋଇ ରହିନାହିଁ। ବରଂ ଏଠି ଜାଗିରଦାରୀ ପ୍ରଥା ଚାଲିଛି। ରାଜ୍ୟ ବିଜେପିରେ କ’ଣ ଘଟୁଛି ସବୁ କଥା କେନ୍ଦ୍ର ନେତୃତ୍ୱ କୁହାଯାଉ ନାହିଁ। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନ୍ଧାରରେ ରଖାଯାଉଛି। ଦଳ ଭିତରେ ନେତୃତ୍ୱଙ୍କ ମଧ୍ୟରେ ଏକତା ନାହିଁ। ନିଜ ନିଜ ଭିତରେ ସଂସଦୀୟ କ୍ଷେତ୍ର ଭାଗ ବଂଟା ହୋଇ ଲଢ଼େଇ ଚାଲିଛି। ଦଳରେ ଶତପ୍ରତିଶତ କାମ କରୁଥିବା କର୍ମୀଙ୍କ ସ୍ଥାନ ନାହିଁ। କି କାମ କରିବାର କୌଣସି ସୁଯୋଗ ନାହିଁ। ତେଣୁ ବିଜେପି ଛାଡ଼ି ବିଜେଡିରେ ମିଶିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

    ସୂଚନାଯୋଗ୍ୟ, ଲେଖାଶ୍ରୀ ସାମନ୍ତସିଂହାର ଦିନକ ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଉଛି। ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ବ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା, ତାହା ବିଜେପି ପୂରଣ କରିବାକୁ ଦେଲାନି। ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି। ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ