Monday, October 5, 2026
29.1 C
Odisha

    ରାହୁଲଙ୍କ ବିରୋଧରେ କହିଲେ ହେଉ କଡ଼ା କାର୍ଯ୍ୟାନୁଷ୍ଠାନ: ମୋଦୀଙ୍କୁ ଖଡଗେଙ୍କ ଚିଠି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେଉଁମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।କେନ୍ଦ୍ର ମନ୍ତ୍ରୀ ରାବନୀତ୍ ସିଂ ବିଟୁ ଏବଂ ଅନ୍ୟ କେତେକ ନେତାଙ୍କ ବିରୋଧରେ  ଖଡଗେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଚିଠିରେ ମୋଦୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇବା ସହିତ ଖଡଗେ ସେହି ନେତାମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ତଥା ହିଂସାତ୍ମକ’ ବିବୃତି ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଭବିଷ୍ୟତ ପାଇଁ ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି।

    ଖଡଗେ ଚିଠିରେ ଲେଖିଛନ୍ତି, ସର୍ବପ୍ରଥମେ ମୁଁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହା ସହିତ ମୁଁ ଗଣତନ୍ତ୍ର ଏବଂ ସମ୍ବିଧାନ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନେକ ଅପମାନଜନକ ତଥା ହିଂସାତ୍ମକ ବିବୃତି ଦିଆଯାଉଛି ଏବଂ ବିଜେପି ନେତା ତଥା ସହଯୋଗୀ ଦଳର ନେତାମାନେ ବ୍ୟବହାର କରୁଥିବା ହିଂସାତ୍ମକ ଭାଷା ଅତ୍ୟନ୍ତ ଚିନ୍ତାଜନକ।

    ଖଡଗେ କହିଛନ୍ତି ରେଳ ବିଭାଗର କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଏକ ନମ୍ବର ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଛନ୍ତି। ମହାରାଷ୍ଟ୍ରରେ ସହଯୋଗୀ ଦଳର ଜଣେ ବିଧାୟକ ରାହୁଲ ଗାନ୍ଧୀଙ୍କ ଜିଭ କାଟିବା ବ୍ୟକ୍ତିଙ୍କ ପାଇଁ ୧୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

    ଦିଲ୍ଲୀର ଜଣେ ବିଜେପି ନେତା ରାହୁଲ ଗାନ୍ଧୀଙ୍କୁ “ଜେଜେ ମା’ଙ୍କ ଭଳି ଅବସ୍ଥା କରିବାକୁ ଧମକ ଦେଇଛନ୍ତି। ଖଡଗେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଭାରତୀୟ ସଂସ୍କୃତି ଅହିଂସା, ସୌହାର୍ଦ୍ଦ୍ୟ ଏବଂ ପ୍ରେମ ଦ୍ୱାରା ଗଠିତ। ଯାହା ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ନେତାଙ୍କ ଦ୍ୱାରା ରାଜନୀତିର ମାନଦଣ୍ଡ ଭାବରେ ପ୍ରତିଷ୍ଠିତ ହୋଇଥିଲା।

    ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯାହା ଦ୍ବାରା ଭାରତୀୟ ରାଜନୀତିକୁ ଅବକ୍ଷୟ ହେବାକୁ ରୋକାଯାଇପାରିବ ଏବଂ କୌଣସି ଅଘଟଣ ଘଟିବ ନାହିଁ। ରାହୁଲ ଗାନ୍ଧୀଙ୍କୁ ରାବନୀତ ସିଂ ବିଟୁ ସମାଲୋଚନା କରିବା ପରେ ଏହି ଚିଠି ଲେଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ