Saturday, July 27, 2024
24.8 C
Odisha

    ଦିଲ୍ଲୀରୁ ଗିରଫ ହେଲା କଶ୍ମୀରରେ ସକ୍ରିୟ ଥିବା ଲସ୍କର ଆତଙ୍କବାଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲସ୍କର-ଇ-ତୋଏବାର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଦେଶର ରାଜଧାନୀ ଦିଲ୍ଲୀରୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀରର କୁପଓ୍ଵାରାରେ ସକ୍ରିୟ ଥିବା ଲସ୍କର-ଇ-ତୋଏବା ମଡ୍ୟୁଲର ଏହି ସକ୍ରିୟ ଆତଙ୍କବାଦୀଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଆତଙ୍କବାଦୀଙ୍କ ନାମ ରିୟାଜ ଅହମ୍ମଦ ବୋଲି ଜଣାପଡ଼ିଛି।ଦିଲ୍ଲୀ ପୋଲିସର ରେଳବାଇ ପୋଲିସ ସୂଚନା ଦେଇଛି ଯେ ଏହି ଅଭିଯୁକ୍ତ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ପାର ହୋଇ ଅସ୍ତ୍ରଶସ୍ତ୍ର ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଅଭିଯୁକ୍ତ ଜଣକ ଜଣେ ଅବସରପ୍ରାପ୍ତ ସୈନିକ। କେଉଁ ଉଦ୍ଦେଶ୍ୟରେ ସେ ଦେଶର ରାଜଧାନୀକୁ ଆସିଥିଲା ତାହାକୁ ନେଇ ଦିଲ୍ଲୀ ପୁଲିସ ଚିନ୍ତାରେ ପଡ଼ିଯାଇଛି । ଆଗକୁ ନିର୍ବାଚନ ଥିବାବେଳେ ଆତଙ୍କବାଦୀମାନେ ଦିଲ୍ଲୀରେ କିଛି ବଡ଼ ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରିବା ଆଶଙ୍କା ଥିବାରୁ ଦିଲ୍ଲୀ ପୁଲିସ ସତର୍କ ହୋଇଯାଇଛି ।

    ସେ ଖୁର୍ସିଦ ଅହମ୍ମଦ ରାଥେର ଏବଂ ଗୁଲାମ ସରୱାର ରାଥରଙ୍କ ସହ ମିଶି ନିୟନ୍ତ୍ରଣ ରେଖା ପାର ହୋଇ ଆତଙ୍କବାଦୀ ହ୍ୟାଣ୍ଡଲରଙ୍କ ଦ୍ୱାରା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କିଣିବାରେ ସମ୍ପୃକ୍ତ ଥିଲା। ସେ କଶ୍ମୀରର କୁପଓ୍ଵାରାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ତାଙ୍କୁ ସକାଳେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ