Wednesday, September 9, 2026
24.2 C
Odisha

    ପେପର ବାଲଟ ଉପରେ ରାୟ ଦେଇଥିବା ଖଣ୍ଡପୀଠକୁ ଇଭିଏମ୍ ଆବେଦନ ଯାଉ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌) ଯାଞ୍ଚ ପାଇଁ ନୀତି ପ୍ରଣୟନ ନିମନ୍ତେ ହୋଇଥିବା ଆବେଦନ ସେହି ଖଣ୍ଡପୀଠଙ୍କ ନିକଟକୁ ଯିବା ଉଚିତ, ଯିଏ ପୁରୁଣା କାଗଜ ବାଲଟ୍ ଫେରାଇ ଆଣିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଏପ୍ରିଲରେ ରାୟ ଶୁଣାଇଥିଲେ। ଇଭିଏମ୍‌କୁ ନେଇ ହୋଇଥିବା ଆବେଦନର ଶୁଣାଣି ବେଳେ ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପିବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନଙ୍କୁ ଏହା କହିଛନ୍ତି।
    ଖଣ୍ଡପୀଠ ଆହୁରି କହିଛନ୍ତି, ଆମ ବିଚାର ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୩୨ ଅଧୀନରେ ଏହି ପିଟିସନ୍ ମାଧ୍ୟମରେ ଦାବି କରାଯାଇଥିବା ରିଲିଫ୍ ପାଇଁ ୨୦୨୪ ଏପ୍ରିଲ ୨୬ ତାରିଖର ରାୟ ମାଧ୍ୟମରେ ଏହି ଅଦାଲତ ଜାରି କରିଥିବା ନିର୍ଦ୍ଦେଶନାମାର ବ୍ୟାଖ୍ୟା/ସଂଶୋଧନ/କାର୍ଯ୍ୟକାରିତା ଆବଶ୍ୟକ ହେବ। ଏପ୍ରିଲ ୨୬ତାରିଖରେ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ଇଭିଏମ୍‌ରେ ହେରଫେର ସନ୍ଦେହକୁ ଭିତ୍ତିହୀନ ବୋଲି କହିଥିଲେ।

    ତେବେ ନିର୍ବାଚନ ଫଳାଫଳରେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅସଫଳ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ଝରକା ଖୋଲିବା ସହ ନିର୍ବାଚନ କମିସନଙ୍କୁ ଫି’ ପୈଠ କରିବା ପରେ ଲିଖିତ ଅନୁରୋଧକ୍ରମେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ରେ ଥିବା ୫ ପ୍ରତିଶତ ମାଇକ୍ରୋକଣ୍ଟ୍ରୋଲର୍ ଚିପ୍ ଯାଞ୍ଚ କରିବାକୁ ଅନୁମତି ଦେଇଛନ୍ତି। ହରିୟାଣାର ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚ ଥର ବିଧାୟକ ହୋଇଥିବା କରଣ ସିଂହ ଦଲାଲ ଏବଂ ଲଖନ କୁମାର ସିଙ୍ଗଲା ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଦାଖଲ କରିଥିଲେ। ଦଲାଲ ଓ ସିଙ୍ଗଲା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ସର୍ବାଧିକ ଭୋଟ୍ ହାସଲ କରିବା ସହ ଇଭିଏମ୍‌ର ୪ଟି ଉପାଦାନ କଣ୍ଟ୍ରୋଲ ୟୁନିଟ୍, ବାଲଟ୍ ୟୁନିଟ୍, ଭିଭିପିଏଟି ଓ ଚିହ୍ନ ଲୋଡିଂ ୟୁନିଟ୍‌ ଯାଞ୍ଚ ପାଇଁ ଏକ ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ନିର୍ବାଚନ ଆୟୋଗ (ଇସି)ଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ପ୍ରତିଶତ ଇଭିଏମ୍‌କୁ ଇଭିଏମ୍ ନିର୍ମାତାଙ୍କ ଇଞ୍ଜିନିୟରମାନେ ଯାଞ୍ଚ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    90 %
    1.6kmh
    92 %
    Wed
    31 °
    Thu
    28 °
    Fri
    27 °
    Sat
    29 °
    Sun
    29 °

    ସମ୍ବନ୍ଧିତ