Tuesday, September 8, 2026
31.1 C
Odisha

    ବର୍ଷାରୁ ବର୍ତ୍ତିବା ଲାଗି ଗଛତଳେ ଆଶ୍ରୟ ନେଇଥିଲେ ୫ ଜଣ: ବଜ୍ରପାତରେ ୩ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ବରଗଡ଼: ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି।  ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

    ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ରାଜ୍ୟର ଅନ୍ୟ ସ୍ଥାନ ଭଳି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ମଧ୍ୟ ବର୍ଷା ହୋଇଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ ଜଣ କୌଣସି କାମରେ ଯାଇଥିଲେ। ବର୍ଷାର ମାତ୍ରା ବଢ଼ିବାରୁ ସେମାନେ ଏକ ବଡ଼ ଗଛ ତଳେ ଛିଡ଼ା ହୋଇଥିଲେ। ଏତିକି ବେଳେ ଗଛ ଉପରେ ବଜ୍ର ପଡ଼ିଥିଲା। ଫଳରେ ୫ ଜଣ ଲୋକ ଅଚେତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ