Monday, March 23, 2026
32.9 C
Odisha

    ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ’: ପ୍ରୟାଗରାଜରେ ୫୫୦୦ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ କହିଲେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ। ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରିବ। ୨୦୨୫ ମସିହାରେ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ। ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ। ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
    ପ୍ରୟାଗ କେବଳ ତିନୋଟି ନଦୀର ସଂଗମ ନୁହେଁ, ବରଂ ଏହାଠାରୁ ଅନେକ କିଛି। ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେତେବେଳେ ସମଗ୍ର ଦିବ୍ୟଶକ୍ତି, ଅମୃତ, ସାଧୁସନ୍ୟାସୀଗଣ ପ୍ରୟାଗକୁ ଆସନ୍ତି। ପ୍ରୟାଗ ହେଉଛି ସେହି ସ୍ଥାନ ଯାହାର କୋଣ ଅନୁକୋଣରେ ପବିତ୍ର ସ୍ଥାନ ଓ ପୂଣ୍ୟକ୍ଷେତ୍ର ରହିଛି। ସେ କହିଲେ ରାଜା-ସମ୍ରାଟଙ୍କ ଯୁଗ ହେଉ ଅବା ଶହ ଶହ ବର୍ଷର ବ୍ରିଟିସ ଦାସତ୍ୱର ଯୁଗ, ବିଶ୍ୱାସର ଏହି ପ୍ରବାହ କେବେ ବନ୍ଦ ହୋଇନଥିଲା। ଏହାର ଏକ ପ୍ରମୁଖ କାରଣ ହେଉଛି କୁମ୍ଭ କୌଣସି ବାହ୍ୟ ଶକ୍ତି ଦ୍ବାରା ପରିଚାଳିତ ନୁହେଁ। କୁମ୍ଭ ମନୁଷ୍ୟର ଆଭ୍ୟନ୍ତରୀଣ ଚେତନାର ନାମ, ଯେଉଁ ଚେତନା ଆପେ ଆପେ ଜାଗ୍ରତ ହୋଇଯାଏ ଓ ତାହା ଭାରତର କୋଣ ଅନୁକୋଣରୁ ଲୋକଙ୍କୁ ସଙ୍ଗମ କୂଳକୁ ଆକର୍ଷିତ କରିଥାଏ। ସାମୂହିକତାର ଏଭଳି ଶକ୍ତି, ଏପରି ଜନସମାଗମ ଅନ୍ୟ କେଉଁଠି ଖୁବ୍ କମ୍ ଦେଖିବାକୁ ମିଳେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

    ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସାୟୀଙ୍କୁ ଅନ୍ୟ ସହରରୁ ସାମଗ୍ରୀ ଆଣିବାକୁ ପଡ଼ିବ। କୁମ୍ଭର ପ୍ରଭାବ ଆଖପାଖ ଜିଲ୍ଲାରେ ମଧ୍ୟ ଅନୁଭୂତ ହେବ। ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନେ ଟ୍ରେନ୍ କିମ୍ବା ବିମାନ ସେବା ବ୍ୟବହାର କରିବେ, ଯାହା ଅର୍ଥନୀତିକୁ ଆହୁରି ପ୍ରୋତ୍ସାହିତ କରିବ। କୁମ୍ଭ କେବଳ ସମାଜକୁ ସୁଦୃଢ଼ କରିବ ନାହିଁ ବରଂ ଲୋକଙ୍କ ଆର୍ଥିକ ସଶକ୍ତୀକରଣରେ ମଧ୍ୟ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କୁମ୍ଭରେ ପ୍ରଥମ ଥର ପାଇଁ ଏଆଇ ଏବଂ ଚାଟବଟ୍ ଟେକ୍ନୋଲୋଜିର ବ୍ୟବହାର କରାଯିବ। ୧୧ଟି ଭାରତୀୟ ଭାଷାରେ ଯୋଗାଯୋଗ କରିବାରେ ସକ୍ଷମ ହେବେ ଶ୍ରଦ୍ଧାଳୁ। ପ୍ରୟାଗରାଜ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ସଙ୍ଗମ ସ୍ଥଳରେ ପୂଜା ଓ ଦର୍ଶନ ଓ ଅକ୍ଷୟ ବଟରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ନିକଟରେ ପୂଜା କରିଥିଲେ। ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ