Wednesday, September 30, 2026
28.2 C
Odisha

    ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ରାଜପଥରୁ ହଟିବାକୁ କୃଷକଙ୍କୁ ବୁଝାଅ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଶୁକ୍ରବାର ଆନ୍ଦୋଳନରତ କୃଷକମାନଙ୍କୁ ଗାନ୍ଧୀବାଦୀ ପ୍ରତିବାଦ ନୀତି ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଆନ୍ଦୋଳନକୁ ବନ୍ଦ କରିବା କିମ୍ବା ରାଜପଥରୁ ହଟିଯିବାକୁ ରାଜି କରାଇବାକୁ କୋର୍ଟ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନରତ କୃଷକଙ୍କ ଉପରେ ବଳ ପ୍ରୟୋଗ ନ କରି ଶମ୍ଭୁ ସୀମାରେ ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସୁପ୍ରିମ୍‌କୋର୍ଟ କମିଟିକୁ ପରାମର୍ଶ ଦେଇଛନ୍ତି।
    ସେପ୍ଟେମ୍ବର ମାସରେ ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରିବା ପାଇଁ କୋର୍ଟ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ। ଫେବ୍ରୁଆରି ୧୩ ତାରିଖରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ-ରାଜନୈତିକ) ଓ କିଷାନ ମଜଦୁର ମୋର୍ଚ୍ଚା ସହ ଜଡ଼ିତ କୃଷକମାନେ ପଞ୍ଜାବ ଓ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଓ ଖାନୌରୀ ସୀମାରେ ଅଛନ୍ତି। ଫସଲ ପାଇଁ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, ଋଣ ଛାଡ଼, କୃଷକ ଓ କୃଷି ଶ୍ରମିକଙ୍କ ପାଇଁ ପେନସନ, ସ୍ଥିର ବିଜୁଳି ଦର, ପୁଲିସ ମାମଲା ପ୍ରତ୍ୟାହାର ଏବଂ ୨୦୨୧ ଲଖିମପୁର ଖେରୀ ହିଂସା ପୀଡିତଙ୍କୁ ନ୍ୟାୟ ଦେବା ଆଦି କୃଷକଙ୍କ ଦାବି ରହିଛି। ଜମି ଅଧିଗ୍ରହଣ ଆଇନ, ୨୦୧୩କୁ ପୁନଃ ଲାଗୁ କରିବା ଏବଂ ୨୦୨୦-୨୧ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ
    ସେମାନଙ୍କ ଦାବି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ