Sunday, May 10, 2026
27.4 C
Odisha

    ଆଜି ପବିତ୍ର ମହାଳୟା, ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

    ଆଗକୁ ପଢନ୍ତୁ

    ପୁରୀ : ଆଜି ପବିତ୍ର ମହାଳୟା ଅମାବାସ୍ୟା । ଶ୍ରୀମନ୍ଦିରରେ ପିଣ୍ଡଦାନ କରିଛନ୍ତି ହଜାର ହଜାର ଭକ୍ତ । ପିତୃପକ୍ଷରେ ପୂର୍ବ ପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ତଥା ମହୋଦଧିରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି । ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି । ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ । ମହାଳୟାରେ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ଜମିଛି । କିନ୍ତୁ ଗତ କିଛି ବର୍ଷ ଧରି ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଯୋଗୁ ଲୋକେ ଉତ୍ତରଦ୍ୱାର ସମେତ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ପିଣ୍ଡଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    53 %
    2.5kmh
    1 %
    Sun
    28 °
    Mon
    38 °
    Tue
    39 °
    Wed
    41 °
    Thu
    43 °

    ସମ୍ବନ୍ଧିତ