Thursday, March 26, 2026
26.8 C
Odisha

    ଶ୍ରୀମନ୍ଦିରରେ ଅଘଟଣ, ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିରରେ ଅଘଟଣ  । ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ । କଳାହାଟ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିବାରୁ  ବଡ଼ମହାସ୍ନାନ ହୋଇଛି  ।  ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ଏଥିପାଇଁ  ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।

    ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ବିଜୟା ଦଶମୀରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ। ହଜାର ହଜାର ଭକ୍ତ ରତ୍ନସିଂହାସନରେ ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣଙ୍କ ବୀରବେଶ ଅନୁଷ୍ଠିତ ହେବ । ବିଜୟା ଦଶମୀରେ ଦାରୁଦିଅଁଙ୍କ ସୁନାବେଶ ସଂକ୍ରାନ୍ତରେ ଗବେଷକ କୁହନ୍ତି ଯେ  ଦୁର୍ଗାପୂଜା ଅବସରରେ ଅର୍ଥାତ୍‌‌ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବଳଭଦ୍ରଙ୍କ ହଳମୂଷଳ, ଦେବୀ ସୁଭଦ୍ରାଙ୍କ ତଡ଼ଗୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖ, ଚକ୍ର ପୂଜାରେ ବସିଥାଏ । ପୁନଶ୍ଚ ଦଶହରା ଦିନ ଦେବୀଙ୍କଠାରୁ ଏହି ଆୟୁଧ ଅଣାଯାଇ ଠାକୁରଙ୍କୁ ପରିଧାନ କରାଯାଏ। ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୀରବେଶ ଧାରଣ କରି ଦଶହରା ପଦା (ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ)କୁ ବିଜେ କରିଥା’ନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ