Wednesday, October 7, 2026
22.1 C
Odisha

    ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେପଟେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ। ଗତ କିଛି ବର୍ଷ ହେବ ମାଳଦ୍ଵୀପରେ ଭାରତୀୟ ସେନାର ଏକ ଛୋଟ କମ୍ପାନୀ ମୁତୟନ ଅଛନ୍ତି। ମାଳଦ୍ଵୀପ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ନିଜର ସୈନ୍ୟ ସେଠାରେ ମୁତୟନ କରିଥିଲେ। ସାମୁଦ୍ରିକ ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇଁ ଭାରତୀୟ ସେନା ମାଳଦ୍ଵୀପରେ ମୁତୟନ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ ମାଳଦ୍ଵୀପ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କ ଦେଶ ଆଶା କରୁଛି ଭାରତ ଲୋକମାନଙ୍କର ଲୋକତାନ୍ତ୍ରିକ ଇଛାକୁ ସମ୍ମାନ ଜଣାଇବ। ମଇଜୁ ଶନିବାର ଚାଇନାରୁ ପାଞ୍ଚ ଦିବସୀୟ ଯାତ୍ରା ସାରି ଫେରିଛନ୍ତି। ବିଦେଶରୁ ଫେରିବା ମାତ୍ରେ ସେ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏହା କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ