Saturday, September 19, 2026
25.5 C
Odisha

    ରୂପାନ୍ତରଣର ନୂଆ ଅଧ୍ୟାୟ ଲେଖିବ ସ୍ୱାଭିମାନ ଅଞ୍ଚଳ, ବିମାନ ବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ଆଜି ମାଲକାନଗିରି ବିମାନ ବନ୍ଦରକୁ ବିମାନର ଟ୍ରାଏଲ ରନ୍‌ ସଫଳ ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିମାନ ଉଡିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ବିମାନ ବନ୍ଦର ଉଦଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ବିମାନ ଉଡାଣ ପୂର୍ବରୁ ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି। ନୂଆ ବିମାନ ବନ୍ଦରରେ ପରୀକ୍ଷା ମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା। ଅବତରଣ ପରେ ପାଇଲଟ ବିମାନ ବନ୍ଦରର ଯାଞ୍ଚ କରିବା ସହ ବିମାନ ବନ୍ଦର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲ୍ଲା ଆଜି ରକ୍ତପାତର ଆତଙ୍କରୁ ବାହାରି ରୂପାନ୍ତରଣ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ କରିବା ପରେ ସ୍ଥାନୀୟ ଲୋକେ ଆର୍ଥିକ ଓ ସମାଜିକ ବିକାଶର ନୂଆ ପରିଭାଷା ଜାଣିଲେ। ଓଡ଼ିଶାର ଅତ୍ୟନ୍ତ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି ଆଜି ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛି। ଏପରିସ୍ଥଳେ ବିମାନ ସେବା ଆରମ୍ଭ ହେବା ଜିଲ୍ଲା ପାଇଁ ବଡ଼ ଉପଲବ୍ଧି କୁହାଯାଉଛି।

    ହସ୍ତଗତ ସୂଚନା ଅନୁସାରେ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଠାରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତି ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ