Thursday, April 2, 2026
26 C
Odisha

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୨ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୭: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ ପାଳିର କାର୍ଯ୍ୟକାଳରେ ଦ୍ୱିତୀୟ “ମନ୍ କି ବାତ୍‌” କାର୍ଯ୍ୟକ୍ରମ କରିଛନ୍ତି । ସେ ତାଙ୍କ ୧୧୨ ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ପ୍ୟାରିସ ଅଲମ୍ପିକ୍ସ, ସମ୍ବଲପୁରୀ ଶାଢ଼ୀ ଓ ଖଦି ଗ୍ରାମଦ୍ୟୋଗ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି । କଟକ ଜିଲା ୱାର୍ଡ ନଂ. ୧୧ ଅନ୍ତର୍ଗତ ବେଲେଶ୍ୱର ସ୍ଥିତ ପୁଷ୍ପଲତା ଗାର୍ଡେନରେ ଆୟୋଜିତ “ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିଧାୟକ ପ୍ରକାଶ ସେଠୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ ।
    ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି, ସମ୍ବଲପୁରୀ ଶାଢ଼ୀକୁ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ସ୍ଥାନ ଦେଇ ଶ୍ରୀ ମୋଦି ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି । ସାରା ଦେଶରେ ସମ୍ବଲପୁରୀ ଶାଢ଼ୀର ପ୍ରଚାର ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ “ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଗଷ୍ଟ ୧୫ ଉପଲକ୍ଷେ “ହର ଘର ତ୍ରିରଙ୍ଗା” ଅଭିଯାନ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ଏହି ଅଭିଯାନ ପାଇଁ ଦେଶବାସୀଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତ୍ରିରଙ୍ଗା ସହ ସେଲ୍‌ଫି ନେଇ “ହର ଘର ତ୍ରିରଙ୍ଗା. କମ୍‌”ରେ ଅପଲୋଡ୍ କରିବାକୁ ଶ୍ରୀ ସାମଲ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
    “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗ ଆଜି ଜନ ଆନ୍ଦୋଳନର ରୂପ ନେଇଛି । ଏହା ସମଗ୍ର ଭାରତକୁ ନୂତନ ଦିଗଦର୍ଶନ ଦେଇଛି । ସ୍ୱଚ୍ଛ ଭାରତ ଅଭିଯାନ, ଲୋକାଲ୍ ଫର୍ ଭୋକାଲ, ହର ଘର ତ୍ରିରଙ୍ଗା ଏବଂ ଏକ ପେଡ ମା’କେ ନାମ ଭଳି ଅନେକ ଅଭିଯାନ ଏହାର ବଳିଷ୍ଠ ପ୍ରମାଣ । ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ କରିବା ପାଇଁ ସ୍ୱଦେଶୀ ଅଭିଯାନକୁ ନୂତନ ଶକ୍ତି ଦେବା ପାଇଁ ମୋଦିଜୀ ଆହ୍ୱାନ ଦେଇଛନ୍ତି । ଏନେଇ ନିଜ ଅଂଚଳର ପ୍ରିୟ ସ୍ଥାନୀୟ ଉତ୍ପାଦର ଫଟୋ ଉଠାଇ ସୋସିଆଲ ମିଡିଆରେ “ମାଇଁ ପ୍ରୋଡକ୍ଟ-ମାଇଁ ପ୍ରାଇଡ୍‌”ରେ ପୋଷ୍ଟ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । କ୍ଷୁଦ୍ର ଶିଳ୍ପ ଓ କାରିଗରମାନଙ୍କୁ ଏହା ପ୍ରୋତ୍ସାହିତ କରିବା ସହ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ଏହା ସମୃଦ୍ଧି ଆଣିବ ଶ୍ରୀ ସାମଲ କହିଛନ୍ତି ।
    ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ