Wednesday, October 7, 2026
31.4 C
Odisha

    ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏକ ଐତିହାସିକ ପଦକ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରଥମ ପଦକ ଜିତିବା ପାଇଁ ମନୁ ଭାକରଙ୍କୁ ଅଭିନନ୍ଦନ। ଏହି ସଫଳତା ଆହୁରି ସ୍ବତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ଶୁଟିଂରେ ପଦକ ଜିତିଛନ୍ତି। ଏକ ଅବିଶ୍ୱସନୀୟ ସଫଳତା। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ ଏହି କାର୍ଯ୍ୟକ୍ରମର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆର ଦୁଇଜଣ ଆଥଲେଟ ଜିତିଥିଲେ। ଓହ ୟେ ଜିନ ୨୪୩.୨ ସ୍କୋର ସହିତ ସ୍ବର୍ଣ୍ଣ ପଦକ ଏବଂ କିମ ୟେଜି ୨୪୧.୩ ସ୍କୋର ସହିତ ରୌପ୍ୟ ପଦକ ଜିତିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ