Wednesday, September 23, 2026
25.3 C
Odisha

    ଦାଦନ ରୋକିପାରୁନି ମନରେଗା: ଶ୍ରମିକଙ୍କ ୮ କୋଟିର ପାଉଣା ବକେୟା

    ଆଗକୁ ପଢନ୍ତୁ

    ଦାଦନ ରୋକିପାରୁନି ମନରେଗା: ଶ୍ରମିକଙ୍କ ୮ କୋଟିର ପାଉଣା ବକେୟା
    ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ରୋକିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ସରକାରୀ ଯୋଜନାର ସୁଫଳ ଲୋକଙ୍କୁ ମିଳି ପାରୁନଥିବାରୁ ଦାଦନ ସମସ୍ୟା ହ୍ରାସ ପାଉନାହିଁ। ମନରେଗା ଯୋଜନାରେ କାମ କରି ମଧ୍ୟ ପାଉଣା ପାଉ ନଥିବାରୁ ଶ୍ରମିକମାନେ କାମ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ନୂଆପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମନରେଗାରେ କାମ କରି ଶ୍ରମିକମାନେ ୭ କୋଟି ୯୯ ଲକ୍ଷ ୮୪ ହଜାର ୬୫୮ଟଙ୍କା ପାରିଶ୍ରମିକ ପାଇନାହାନ୍ତି। ନୂଆପଡ଼ା ବ୍ଲକ୍‌ରେ ମନରେଗା ଶ୍ରମିକଙ୍କ ୨ କୋଟି ୧୬ ଲକ୍ଷ ୨୫ ହଜାର ୩୧୭ ଟଙ୍କା ପାଉଣା ବାକି ପଡ଼ିଛି। ସେହିପରି କୋମନା ବ୍ଲକ୍‌ରେ ୧ କୋଟି ୮୬ ଲକ୍ଷ ୫୮ ହଜାର ୫୧୯ ଟଙ୍କା, ଖଡ଼ିଆଳ ବ୍ଲକ୍‌ରେ ୧ କୋଟି ୩୮ ଲକ୍ଷ ୬୨ ହଜାର ୮୧, ବୋଡ଼େନ୍‌ ବ୍ଲକ୍‌ରେ ୮୮ ଲକ୍ଷ ୩୨ ହଜାର ୭୪୫, ସିନାପାଲି ବ୍ଲକ୍‌ରେ ୧ କୋଟି ୭୦ ଲକ୍ଷ ୫ ହଜାର ୯୯୮ଟଙ୍କା ପାରିଶ୍ରମିକ ଶ୍ରମିକଙ୍କୁ ମିଳି ନାହିଁ।
    ଜିଲ୍ଲାପାଳ ମଧୂସୁଦନ ଦାଶ ବିଶୋରା ପଞ୍ଚାୟତ ଝିଟକି ଗାଁ ଗସ୍ତ କରିଥିବା ବେଳେ ମନରେଗାରେ କାମ କରିଥିବା ଶ୍ରମିକମାନେ ମଜୁରି ପାଇନଥିବା ଅଭିଯୋଗ କରିଥିଲେ। ଜିଲ୍ଲାପାଳ ତୁରନ୍ତ ସେମାନଙ୍କ ମଜୁରି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କାମଧନ୍ଦା ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ନଯିବାକୁ ଶ୍ରମିକମାନଙ୍କୁ ସଚେତନ କରୁଛନ୍ତି। ସରକାରୀ ଯୋଜନାର ଲାଭ ଉଠାଇବାକୁ କହୁଛନ୍ତି। ଅନ୍ୟପଟେ ସରକାରୀ ଯୋଜନାରେ କାମ କରି ଶ୍ରମିକ ପାଉଣା ପାଉନାହାନ୍ତି। ତେଣୁ ନୂଆପଡ଼ା ଜିଲ୍ଲାର ବହୁ ଶ୍ରମିକ ବର୍ତ୍ତମାନ ଦାଦନ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରୁ ଚାଲିଗଲେଣି। ଜିଲ୍ଲାର ୫ଟି ବ୍ଲକ୍‌ର ପ୍ରାୟ ସମସ୍ତ ପଞ୍ଚାୟତକୁ ଏକ ମାସ ହେବ ମନରେଗା ଯୋଜନାରେ ଟଙ୍କା ଆସି ନଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଏ ବାବଦରେ ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ଆସି ନଥିବାରୁ ଶ୍ରମିକଙ୍କୁ ମଜୁରି ମିଳିପାରୁ ନାହିଁ। ଖୁବ୍‌ ଶୀଘ୍ର ଅନୁଦାନ ଆସିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ