Wednesday, April 8, 2026
30.6 C
Odisha

    ମାଓବାଦୀ ପଢୁଛନ୍ତି ନବଦାସଙ୍କ ହତ୍ୟା କାହାଣୀ, ପାଇକମାଳ ଜଙ୍ଗଲରୁ ମିଳିଲା ଏଭଳି ପ୍ରମାଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତଃ ନବଦାସଙ୍କ ହତ୍ୟାକୁ ଗୋଟିଏ ବର୍ଷ ଅତିକ୍ରମ କରିଗଲାଣି। କିନ୍ତୁ ଏହି ହତ୍ୟା ମାମଲାକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି। ଆଉ ଆଜି ବି ସେହି ହତ୍ୟା ବେଳର ଛାତିଥରା ଦୃଶ୍ୟ କାହାରି ମନରୁ ଲିଭି ନାହିଁ । ତେବେ ଏହାରି ଭିତରେ ଆଉ ଏକ ଭିନ୍ନ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ମାଓବାଦୀ ନବଦାସଙ୍କ ହତ୍ୟା କାହାଣୀ ପଢ଼ୁଥିବା ଜଣାପଡିଛି। ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରିରେ ଥିବା ଖାତାରେ ରହିଛି ନବଙ୍କ ହତ୍ୟା ସମ୍ପର୍କିତ ମାଓବାଦୀଙ୍କ ହାତ ଲେଖା। ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖା ଦେଇଛି। ତେବେ ଏହି ଘଟଣାରୁ ମାଓବାଦୀ ନବଦାସ ହତ୍ୟାର ଟିକିନିକି ତଥ୍ୟ ରଖୁଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲରେ ମାଓବାଦୀ ଲେଖାପଢ଼ା ଶିଖୁଥିବାର ମଧ୍ୟ ପ୍ରମାଣ ଏଥିରୁ ମିଳିଥିବା କୁହାଯାଉଛି। ମାଓବାଦୀଙ୍କଠୁ ଜବତ ଖାତା ବହିରେ ସେମାନେ ଓଡ଼ିଆ ସମେତ ହିନ୍ଦୀ ଶିକ୍ଷା କରୁଥିବାର ପ୍ରମାଣ ମିଳିଛି। ୨୦୨୩ ମସିହା ଜାନୁଆରୀ ୨୯ ତାରିଖ ରବିବାର ଦିନ ସ୍ଵର୍ଗତଃ ନବ ଦାସଙ୍କ ହତ୍ୟା ହୋଇଥିଲା। ଉକ୍ତ ଦିନ ବ୍ରଜରାଜନଗରର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟାହ୍ନ ୧୨ଟା ୧୫ମିନିଟ୍‌ରେ ସେ ଗାନ୍ଧୀ ଛକ ନିକଟରେ ପହଞ୍ଚିଥିଲେ। ତାଙ୍କୁ କାର୍‌ ଭିତରୁ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ନବଙ୍କୁ ଅତି ନିକଟରୁ ୯ଏମ୍‌ଏମ୍‌ଏଚ ସର୍ଭିସ ପିସ୍ତଲରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆଇଆଇସି ସ୍ୱାଇଁ ଏବଂ ରାମପୁର ପୋଲିସ ଫାଣ୍ଡିର କନଷ୍ଟେବଳ କେ.ସି. ପ୍ରଧାନ ଯେତେବେଳେ ଗୋପାଳଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ, ସେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ