Wednesday, April 1, 2026
25.3 C
Odisha

    ମରାଠୀ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ

    ଆଗକୁ ପଢନ୍ତୁ

    ମୁମ୍ବାଇ: ପ୍ରସିଦ୍ଧ ମରାଠୀ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି । ତାଙ୍କୁ ୫୭ ବର୍ଷ ହୋଇଥିଲା। ଅତୁଲ ପରଚୁରେଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମରାଠୀ ଫିଲ୍ମ ଓ ଥିଏଟରରେ ସେ ଲୋକପ୍ରିୟ ଥିବା ବେଳେ ବଲିଉଡ ଫିଲ୍ମର ଲୋକପ୍ରିୟ ଚେହେରା ମଧ୍ୟ ଥିଲେ । ସେ ଶାହାରୁଖ ଖାନଙ୍କ ‘ବିଲୁ’, ସଲମାନ୍ ଖାନ୍ ଙ୍କ ‘ପାର୍ଟନର’ ଏବଂ ଅଜୟ ଦେବଗନଙ୍କ ‘ଅଲ୍ ଦି ବେଷ୍ଟ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଅତୁଲ ପରଚୁରେଙ୍କ ମୃତ୍ୟୁ କୁ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ। ଅତୁଲ କର୍କଟ ରୋଗରେ ପୀଡ଼ିତ ଥିବା ଖବର ପ୍ରକାଶ ପାଇବାର ପ୍ରାୟ ବର୍ଷେ ପରେ ତାଙ୍କ ମୃତ୍ୟୁ ଖବର ଆସିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗତବର୍ଷ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଅତୁଲ କହିଥିଲେ ଯେ ଗତବର୍ଷ ଡାକ୍ତରମାନେ ତାଙ୍କ ଲିଭରରେ ୫ ସେମି ଆକାରର ଟ୍ୟୁମର ପାଇଥିଲେ।

    ଅଭିନେତା ଗତ ବର୍ଷ କହିଥିଲେ, ‘ମୁଁ ବିବାହର ୨୫ ବର୍ଷ ପୂରଣ କରିଛି। ଯେତେବେଳେ ଆମେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଯାଇଥିଲୁ, ସେତେବେଳେ ମୁଁ ଭଲ ଥିଲି। କିନ୍ତୁ ଫେରିବାର କିଛି ଦିନ ମୁଁ କିଛି ଖାଇପାରିଲି ନାହିଁ । ମୁଁ ଜାଣିଥିଲି କିଛି ଗଡ଼ବଡ଼ ରହଛି । ପରେ ମୋ ଭାଇ ମୋତେ କିଛି ଔଷଧ ଦେଇଥିଲେ, କିନ୍ତୁ କିଛି ଉପସମ ମିଳିଲା ନାହିଁ । ଅନେକ ଡାକ୍ତରଙ୍କ ପାଖକୁ ଯିବା ପରେ ମୋତେ ଅଲ୍ଟ୍ରାସୋନୋଗ୍ରାଫି କରିବାକୁ କୁହାଯାଇଥିଲା। ଯେତେବେଳେ ଡାକ୍ତର ଏପରି କଲେ, ମୁଁ ତାଙ୍କ ଆଖିରେ ଭୟ ଦେଖିପାରିଲି ଏବଂ ମୁଁ ଜାଣିପାରିଲି ଯେ ଦେହ ଖରପ ହୋଇଛି । ମୋତେ କୁହାଯାଇଥିଲା ଯେ ମୋ ଯକୃତରେ ଏକ ଟ୍ୟୁମର ଅଛି ଯାହାର ଲମ୍ବ ପ୍ରାୟ ୫ ସେଣ୍ଟିମିଟର ଏବଂ ଏହା କର୍କଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ