Saturday, October 3, 2026
24.8 C
Odisha

    ଫେବୃଆରୀ ୨୦ରୁ ମାଟ୍ରିକ୍‌ ପରୀକ୍ଷା

    ଆଗକୁ ପଢନ୍ତୁ

    କଟକ: ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ୍‌‌ ପରୀକ୍ଷା। ଏହି ପରୀକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଅର୍ଥାତ୍‌‌ ସକାଳ ୯ଟାରେ ପରୀକ୍ଷା ଥିବା ବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ୮ଟା ୧୫ମିନିଟ୍‌‌ ପରେ ଆଉ କାହାକୁ ପରୀକ୍ଷା ହଲ୍‌‌କୁ ପ୍ରବେଶ ଅନୁମତି ମିଳିବ ନାହିଁ।
    କେବଳ ସେତିକି ନୁହେଁ, ଏଥର ପ୍ରଥମଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଶେଷ ହୋଇ ଉତ୍ତରଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷକ ତଦାରଖ କରିବେ। ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌‌ ଫୋନ୍‌‌ ନେଇପାରିବେ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ସାଢ଼େ ୭ଟାରେ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ନିଜ ସ୍ଥାନରେ ବସିପାରିବେ। ୮ଟା ସୁଦ୍ଧା ସମସ୍ତେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ତେବେ ଆଉ ୧୫ମିନିଟ୍‌‌ ଅଧିକ ସମୟ ରଖାଯାଇଛି। ପରୀକ୍ଷା କେନ୍ଦ୍ରରେ ଦେଢ଼ ଘଣ୍ଟା ପୂର୍ବରୁ ପ୍ରବେଶ ଦ୍ୱାରା ନିଜ ସିଟ୍‌‌ ଖୋଜି ବସିବା ପାଇଁ ପରୀକ୍ଷାର୍ଥୀଙ୍କୁ ସୁବିଧା ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍‌‌ ସେଣ୍ଟର କରାଯାଇଛି। ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହେବ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଖାତା ଦେଖା ସରିବ। ଚଳିତ ବର୍ଷଠାରୁ ପୁଣି ପୁରୁଣା ଢାଞ୍ଚାରେ ପରୀକ୍ଷା ହେବ। ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍‌‌ ଏବଂ ୫୦ ମାର୍କ ଅବଜେକ୍ଟିଭ୍‌‌ ପ୍ରଶ୍ନ ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ