Sunday, October 4, 2026
21.8 C
Odisha

    ଲଣ୍ଡନ ଯିବେ କି ହସିନା ? ବ୍ରିଟିଶ ବିଦେଶମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ରହିବେ କିମ୍ବା ସେ କେଉଁଠି ଯିବାକୁ ଯୋଜନା କରୁଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଅପଡେଟ୍ ଦିଆଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭବିଷ୍ୟତ ସମ୍ପର୍କରେ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। କାରଣ ଏହା ସେମାନଙ୍କର କାମ। କୁଆଡ଼େ ଯିବେ କି ଯିବେ ନାହିଁ ତାହା ସେମାନଙ୍କୁ ସ୍ଥିର କରିବାକୁ ପଡ଼ିବ। ଏହାପରେ ଭାରତ ସରକାର ନିଷ୍ପତ୍ତି ନେବେ।
    ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲେମିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଏହା ପରେ ହସିନା ଲଣ୍ଡନ ଯିବାର ସମ୍ଭାବନା ବଢିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, “ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଂସଦକୁ ପୂର୍ବରୁ ସୂଚନା ଦେଇସାରିଛନ୍ତି ଯେ ଶେଖ ହସିନାଙ୍କୁ ଅଳ୍ପ ସମୟ ପାଇଁ ଭାରତରେ ରହିବାକୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ଯୋଜନା ବିଷୟରେ ଆମେ କିଛି କହିପାରିବୁ ନାହିଁ । କାରଣ ପରିସ୍ଥିତି ବଦଳୁଛି। କିଛି ସ୍ପଷ୍ଟ ହେବା ମାତ୍ରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବୁ ।“

    ରଣଧୀର ଜୟସ୍ୱାଲ କହିଛନ୍ତି, ବାଂଲାଦେଶର ସ୍ଥିତି ଦିନକୁ ଦିନ ବଦଳିବାରେ ଲାଗିଛି। ଆମେ ସେଠାରେ ଶାନ୍ତି ଏବଂ ସ୍ୱାଭାବିକତା ଆଶା କରୁଛୁ, ଯାହାଦ୍ୱାରା ଆମେ ବାଂଲାଦେଶରେ ଆମର ସ୍ୱାର୍ଥକୁ ଆଗକୁ ନେଇପାରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ