Sunday, October 4, 2026
28.6 C
Odisha

    ଜେଲ୍‌ରୁ ବାହାରି ମୋଦୀଙ୍କ ସାକ୍ଷାତ୍‌ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଝାନ୍‌ସୀ: ଚର୍ଚ୍ଚାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭେଟଘାଟ । ନିକଟରେ ଜେଲରୁ ମୁକୁଳିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହାର ଫଟୋ ନିଜ ସୋସିଆଲ ହ୍ୟାଣ୍ଡେଲରେ ହେମନ୍ତ ସେୟାର କରିଛନ୍ତି । ସେ ଏକ ଫୁଲତୋଡା ମୋଦିଙ୍କୁ ଦେଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନରେ ଲେଖିଛନ୍ତି ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି ।
    ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହୋଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ବି ଦେଇଥିଲେ । ପରେ ତାଙ୍କ ଦଳ ଇଣ୍ଡି ମେଂଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢିଥିଲା। ଏହା ପୂର୍ବରୁ ରବିବାର ହେମନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ। ତେବେ ଆଗକୁ ଝାଡଖଣ୍ଡରେ ସାଧାରଣ ନିର୍ବାଚନ ଥିବାରୁ ହେମନ୍ତ ସୋରେନ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ