Friday, October 16, 2026
28.4 C
Odisha

    ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଭାରତ ସପକ୍ଷରେ ଏଭଳି କହିଲେ ମେଲୋନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିକଟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ସେ ୟୁକ୍ରେନ ସହିତ ଯୁଦ୍ଧର ସମାଧାନ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ଭାରତ, ଚୀନ୍ କିମ୍ବା ବ୍ରାଜିଲ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିପାରିବେ। ବର୍ତ୍ତମାନ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଭଳି ଦେଶ ଭୂମିକା ଗ୍ରହଣ କରିପାରିବେ। ଶନିବାର ଉତ୍ତର ଇଟାଲୀର ସେର୍ନୋବିଓ ସହରରେ ଜର୍ଜିଆ ମେଲୋନି ଏହି ବିବୃତ୍ତି ଦେଇଛନ୍ତି।ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, “ଏହା ସ୍ପଷ୍ଟ ଯେ ଯଦି ଅନ୍ତର୍ଜାତୀୟ ଆଇନର ନିୟମ ଭଙ୍ଗ ହୁଏ, ତେବେ ଏହା ଦ୍ୱାରା ଅରାଜକତା ଏବଂ ସଙ୍କଟ ସୃଷ୍ଟି କରିବ। ମୁଁ ମୋର ଚୀନ୍ ପ୍ରତିପକ୍ଷଙ୍କୁ ଏହା କହିଛି। ମୁଁ ଅନୁଭବ କରୁଛି ଯେ ଚାଇନା ଏବଂ ଭାରତ ପରି ଦେଶ ରୁଷ-ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ୍। ” ଉଲ୍ଲେଖ ଥାଉ କି ଏହାପୂର୍ବରୁ ରୁଷ୍‌-ୟୁକ୍ରେନ୍‌ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ ।

    ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ରୁଷ୍ ରାଷ୍ଟ୍ରପତି କହିଥିଲେ । ପୁଟିନ୍‌ କହିଥିଲେ ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନର ଆଲୋଚନାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ରାଜିନାମା ହୋଇଥିଲା। ଆଗକୁ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହା ଏକ ଆଧାର ହୋଇପାରିବ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୟୁକ୍ରେନ ଗସ୍ତ କରିବାର କିଛିଦିନ ପରେ ପୁଟିନ ଏହି ବୟାନ ଦେଇଥିବା ବେଳେ ଶାନ୍ତି ଆଲୋଚନା ନେଇ ନୂଆ ଆଶା ସଂଚାର ହୋଇଛି। ପୁଟିନ୍‌ କହିଥିଲେ ‘ଆମେ ଆମର ବନ୍ଧୁ ଏବଂ ସହଯୋଗୀମାନଙ୍କୁ ସମ୍ମାନ କରୁଛୁ, ଯେଉଁମାନେ ଆନ୍ତରିକତାର ସହ ଏହି ସଂଘର୍ଷ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ଚାହୁଛନ୍ତି। ମୁଖ୍ୟତଃ ଭାରତ, ଚୀନ୍‌ ଓ ବ୍ରାଜିଲ ଏ ବାବଦରେ ସଫଳ ସମାଧାନ ଚାହୁଛନ୍ତି ଏବଂ ସେମାନେ ଆଗକୁ ଶାନ୍ତି ଆଲୋଚନାର ମଧ୍ୟସ୍ଥି ଭାବେ ଭୂମିକା ନିର୍ବାହ କରିପାରିବେ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ