Sunday, October 4, 2026
24.3 C
Odisha

    ପ୍ରୟାସର ୧୦ମ ସାମୁହିକ ବିବାହ ମହୋତ୍ସବ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଭୁବନଶ୍ୱେର ସ୍ଥିତ ରାମମନ୍ଦିରଠାରେ ପ୍ରୟାସ ଦ୍ବାରା ଆୟୋଜିତ ୧୦ମ ସାମୁହିକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି “ପ୍ରୟାସ” ଦୀର୍ଘ ୧୦ବର୍ଷ ମଧ୍ୟରେ ୨୫୦ଗୋଟି ସାମୁହିକ ବିବାହ ସଫଳତାର ସହ ଆୟୋଜନ କରିସାରିଛି । ଏହି ପ୍ରୟାସର ଲକ୍ଷ୍ୟ ହେଲା ଯେଉଁ ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା, ବୈବାହିକ ଉତରଦାୟିତ୍ୱ ସମ୍ପର୍କରେ ଅନଭିଜ୍ଞତା, ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ୱିକ ତାଳମେଳର ଅଭାବ ଯୋଗୁଁ ବିବାହ ହୋଇପାରୁନାହିଁ କିମ୍ବା ହେଲେ ଚିରସ୍ଥାୟୀ ହୋଇପାରୁନାହିଁ ସେମାନଙ୍କୁ ତାଙ୍କର ଜୀବନ ସାଥୀ ଖୋଜିବାରେ ସହାୟକ ହୋଇଥାଏ । ଏହି ସାମୁହିକ ବିବାହ ସୂଚାରୁ ରୂପେ ସମାପନା ହୋଇଛି ବୋଲି ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ୍ ଡଃ. ବଦ୍ରିନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।
    ଏହି କାର୍ଯ୍ୟକ୍ରମରେ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସୁରେଶ କୁମାର ପତ୍ରୀ, କମଲ ମହାନ୍ତି, ଉମାକାନ୍ତ ତାଣ୍ଡି, ସୂର୍ଯ୍ୟ କୁମାର ପାତ୍ର, ଜୟନ୍ତ ମହାନ୍ତି, ଡ.ସୁରେନ୍ଦ୍ର ମହାପାତ୍ର, ବୃନ୍ଦାବନ ପଢ଼ିହାରୀ, ସଂଗ୍ରାମ ମହାରଣା, କୌସ୍ତୁଭ ଦାସ, ପ୍ରେମ ଅଗ୍ରୱାଲ, ସୋନିଲୀ ପ୍ରିୟଦର୍ଶିନୀ, ଶିଶିର ମହାପାତ୍ର, ଦିଲ୍ଲିକ ପଣ୍ଡା, ଜସ୍‌ମିନ ମହାନ୍ତି, କୌଷିକ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା ଓ ଅନ୍ୟ କାର୍ଯ୍ୟକର୍ତା ନିଜର ସହଯୋଗର ହାତ ବଢ଼ାଇଛନ୍ତି ବୋଲି “ପ୍ରୟାସ”ର ଅଧ୍ୟକ୍ଷ ବନ ମହାନ୍ତି ସୂଚନା ଦେବା ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇ ସାମାଜିକ ଉତର ଦାୟିତ୍ୱର ନିର୍ବାହ କରିଛନ୍ତି ।
    ଯେଉଁମାନେ ସାମୁହିକ ବିବାହ ପାଇଁ ଚାହୁଁଛନ୍ତି ସେମାନେ ୯୮୬୧୦୬୧୯୮୮/୯୯୩୮୦୧୯୪୨୦ରେ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ