Sunday, October 18, 2026
24.8 C
Odisha

    ପାକିସ୍ତାନ ସେନା ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ, ୧୬ ଯବାନ ମୃତ

    ଆଗକୁ ପଢନ୍ତୁ

    କରାଚୀ: ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଏକ ସେନା ପୋଷ୍ଟକୁ ଟାର୍ଗେଟ କରିଛନ୍ତି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ଶନିବାର ସକାଳେ ଆତଙ୍କବାଦୀମାନେ ଏକ ସୁରକ୍ଷା ଚେକ୍ ପୋଷ୍ଟଉପରେ ଆକ୍ରମଣ କରି ୧୬ ଜଣ ସୈନିକଙ୍କୁ ହତ୍ୟା କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ ଥିବା ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ମାକେନଠାରେ ଥିବା ଲିଟା ସର୍ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ। କିଛି ଦିନ ତଳେ ସେହି ଜିଲ୍ଲାର ସରୋଘା ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଇନ୍ଦା ଭିତ୍ତିକ ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

    ଡିସେମ୍ବର ପ୍ରଥମ ସପ୍ତାହରେ ଏକ ଅପରେସନରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ଆତଙ୍କବାଦୀଙ୍କ ଉପସ୍ଥିତି ଉପରେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଦକ୍ଷିଣ ୱାଜିରିସ୍ତାନ ପାକିସ୍ତାନର ସାତଟି ଅର୍ଦ୍ଧ-ସ୍ୱୟଂଶାସିତ ଆଦିବାସୀ ଅଞ୍ଚଳ ମଧ୍ୟରୁ ଅନ୍ୟତମ ଯେଉଁଠାରେ ସେନା ଏକ ଦଶନ୍ଧିରୁ ଅଧିକ ସମୟ ଧରି ନିଷିଦ୍ଧ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନଙ୍କ ସହ ଲଢ଼େଇ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ