Monday, October 5, 2026
24.7 C
Odisha

    ମନ୍ତ୍ରୀଙ୍କ ପିଆରଓ ଫାଶୀଦେଇ ଆତ୍ମହତ୍ୟା କଲେ

    ଆଗକୁ ପଢନ୍ତୁ

    ଭୋପାଳ: ମଧ୍ୟପ୍ରଦେଶର ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରହଲ୍ଳାଦ ପଟେଲଙ୍କ ପିଆରଓ ଆତ୍ମହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ ପିଆରଓ ପୂଜା ଥାପକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ସେବେଠାରୁ ତାଙ୍କ ସ୍ୱାମୀଙ୍କ ସହ ବିବାଦ ଲାଗି ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ସେ କିଛି ସମସ୍ୟା ନେଇ ସ୍ୱାମୀଙ୍କ ସହ ଝଗଡା କରିଥିଲେ। ଏହା ପରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଏକ ବର୍ଷର ଶିଶୁପୁତ୍ର ମଧ୍ୟ ଅଛନ୍ତି।ତାଙ୍କ ସ୍ୱାମୀ ଟେକ୍ନୋଲୋଜି ବିଭାଗରେ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବିବାହ ପରଠାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିଥିଲା। ମଙ୍ଗଳବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା କୁହାଯାଉଛି। ଏହା ପରେ ପୂଜା ତାଙ୍କ କୋଠରୀକୁ ଯାଇ ଆତ୍ମହତ୍ୟା କରିଥିଲେ। ଯେତେବେଳେ ତାଙ୍କ ସ୍ୱାମୀ କୋଠରୀ ଭିତରକୁ ଗଲେ, ପୂଜା ଝୁଲୁଥିବା ଦେଖିବାକୁ ପାଇଥିଲେ। ସ୍ୱାମୀ ପୂଜା ଥାପକଙ୍କୁ ଚିକିତ୍ସା ଲାଗି ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ୍ କହିଛି , ପୂଜା ଥାପକ ତାଙ୍କ ସ୍ୱାମୀଙ୍କ ସହ ସାକେତ ନଗରରେ ରହୁଥିଲେ। ସେ ଲୋକସମ୍ପର୍କ ବିଭାଗରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
    ପୋଲିସ୍‌ର ସୂଚନାନୁସାରେ ଘଟଣାସ୍ଥଳରୁ କୌଣସି ସୁଇସାଇଡ଼ ନୋଟ ମିଳି ନାହିଁ।

    ପୁଲିସ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ୍‌ର ସୂଚନାନୁସାରେ ପୂଜା ଥାପକଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି। ପୂଜାଙ୍କ ସ୍ୱାମୀ ମଧ୍ୟପ୍ରଦେଶ ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ଭୋପାଳର ଗୋବିଦପୁରା ପୁଲିସ୍ ଷ୍ଟେସନ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ