Saturday, October 3, 2026
24.8 C
Odisha

    ବାପା କୋଳରୁ ଶିଶୁ କନ୍ୟାକୁ ଟାଣି ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ୩ ବର୍ଷର ନିଷ୍ପାପ ଶିଶୁ କନ୍ୟା ଉପରେ ଲୋଲୁପ ଦୃଷ୍ଟି ପକାଇଲା ଅଭିଯୁକ୍ତ। ପ୍ରଲୋଭିତ କରି ଘର ସମ୍ମୁଖରୁ ବାପା କୋଳରୁ ନେଇଯାଇ ଦୁଷ୍କର୍ମ କଲା। ଏହାପରେ ପୀଡ଼ିତାକୁ ଛାଡ଼ି ଦେଇ ଫେରାର ହୋଇଗଲା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଛାତି ଉପରେ ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସନ୍ତୋଷ ଏୟାରଫିଲଡ ଥାନା ପାଞ୍ଚଗାଁ ଅଞ୍ଚଳର ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କ ବୟସ ୨୩ ବର୍ଷ । ପୀଡ଼ିତା ଶିଶୁ କନ୍ୟାର ପରିବାର ସନ୍ତୋଷଙ୍କ ଘର ସମ୍ମୁଖରେ ରୁହନ୍ତି ।

    ଗତକାଲି ପୀଡ଼ିତାଙ୍କୁ ଧରି ତାଙ୍କ ବାପା ଘର ସମ୍ମୁଖ ଦାଣ୍ଡରେ ବୁଲାଉଥିଲେ। ଉକ୍ତ ସମୟରେ ନିଶାସକ୍ତ ଥିବା ସନ୍ତୋଷ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାଟିକୁ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ କେହି ନ ଥିବା ସୁଯୋଗରେ ସେ କବାଟ ଦେଇ ଶିଶୁଟି ସହ ଦୁଷ୍କର୍ମ କରିଥିଲେ। ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ ଭୟଭୀତ ହୋଇ ପଡ଼ିଥିବା ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପିଲାଟିକୁ ପରିବାର ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବିଭିନ୍ନ ଯାଞ୍ଚ ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କ୍ୟାପିଟାଲ ହସପିଟାଲ ଅଧିକ୍ଷକ ଦିଲ୍ଲୀପ ପଣ୍ଡା କହିଛନ୍ତି ।

    ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ସନ୍ତୋଷଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଗତ ରାତିରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

    ଡାକ୍ତରୀ ମାଇନା ରିପୋର୍ଟ, ସାଇଣ୍ଟିଫିକ୍‌ ରିପୋର୍ଟ, ପୁଲିସ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯିବ । ଏହାପରେ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବ ବୋଲି ଆଇନ୍‌ ବିଶେଷଜ୍ଞ ସୂଚନା ଦେଇଛନ୍ତି।

    ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଅଭିଯୁକ୍ତଜଣକ ନିଜ ସାଙ୍ଗ ସହ ଫେରାର ହୋଇ ପିପିଲି ଅଞ୍ଚଳକୁ ଚାଲି ଯାଇଥିଲା। ଏୟାରଫିଲ୍ଡ ପୁଲିସ୍‌ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଅନ୍ୟତ୍ର ଚାଲି ଯାଇଥିଲା। ଏହାପରେ ସେ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରିବାକୁ ଲାଗିଲା। ମାତ୍ର ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ମେଡିକାଲ ଚେକଅପ୍‌ କରାଯାଇଛି। ଏହାପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ