Wednesday, August 19, 2026
24.8 C
Odisha

    ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

    ଆଗକୁ ପଢନ୍ତୁ

    ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
    ଘଟଣାରୁ ପ୍ରକାଶ, ଗତ ୨୦୧୭ ମସିହା ଜୁନ୍‌ ୨୩ ତାରିଖ ଦିନ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମରେ ଅଭିଯୁକ୍ତ ଯୁବକ ସରୋଜ ଷଣ୍ଢ (୨୬) ଜଣେ ୧୫ ବର୍ଷୀୟା ନାବାଳିକାକୁ ଅପହରଣ କରି ନେଇ ବିବାହର ପ୍ର‌ଲୋଭନ ଦେଖାଇ ତା’ ସହ ଦୁଷ୍କର୍ମ କରିଥିଲା। ସରୋଜ ସଲାଗୁଡ଼ାର ନିଜ ମାଉସୀ ଘରେ ସମ୍ପୃକ୍ତ ନାବାଳିକାକୁ ରଖି ତା’ ସହ ଶାରୀରିକ ସମ୍ପର୍କ ରଖିଥିଲା। ଲୋକଙ୍କଠାରୁ ଖବର ପାଇ ପୀଡ଼ିତା ନାବାଳିକାଙ୍କ ବାପା ଏ ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫିରିଙ୍ଗିଆ ପୁଲିସ ୨୦୧୭ ମସିହା ଜୁଲାଇ ୧୧ ତାରିଖ ଦିନ ଫିରିଙ୍ଗିଆ ବସ୍‌ଷ୍ଟାଣ୍ଡରୁ ପୀଡ଼ିତାକୁ ଉଦ୍ଧାର କରିବା ସହ ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ମିହିର ରଞ୍ଜନ ପରିଡ଼ା ୧୧ ଜଣଙ୍କର ସାକ୍ଷ୍ୟ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ କୋର୍ଟ ଜିଲ୍ଲା ଲିଗାଲ୍‌ ଏଡ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ପକ୍‌ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    91 %
    1.9kmh
    73 %
    Wed
    25 °
    Thu
    29 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ