Sunday, March 22, 2026
23.1 C
Odisha

    ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା

    ଆଗକୁ ପଢନ୍ତୁ

    କୋରାପୁଟ/ନନ୍ଦପୁର: ନନ୍ଦପୁର ଥାନା ଅନ୍ତର୍ଗତ ଖୁଡ଼ୁବି ଛକ ନିକଟରେ ଦଂପତିଙ୍କୁ ଆକ୍ରମଣ ହୋଇଛି। ଏଥିସହିତ ସ୍ବାମୀଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ ସ୍ତ୍ରୀକୁ ହତ୍ୟା କରାଯାଇଛି। ମୃତ ମହିଳା ଲମତାପୁଟ ବ୍ଲକର କୁମ୍ଭାରଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରାଙ୍କ ପତ୍ନୀ ସାବି ଖରା (୨୧) ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା (୨୪)ଙ୍କ କହିବାନୁଯାୟୀ ଗତକାଲି ସେ ସ୍ତ୍ରୀ ସାବି ଖରାଙ୍କ ସହ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ବାଇକରେ ଆସିଥିଲେ | କାମ ସାରି ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଖୁଡୁବି ଛକ ନିକଟରେ ୫ଜଣ ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କ ବାଇକ୍ ଅଟକାଇବା ସହିତ ଦୁହିଁଙ୍କୁ କାବୁ କରିଥିଲେ । ଏହାପରେ ମହେନ୍ଦ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ । ତାଙ୍କ ସମ୍ମୁଖରେ ହିଁ ସ୍ତ୍ରୀର ସୁନା ଗହଣା ଲୁଟି ନେବା ପରେ ସ୍ତ୍ରୀକୁ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲେ।

    ମହେନ୍ଦ୍ରଙ୍କ ପାଟି ଶୁଣି କିଛି ଲୋକ ଉଦ୍ଧାର କରି ଘଟଣା ବିଷୟରେ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ। ନନ୍ଦପୁର ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ପ୍ରବେଶନ ଶବର, ଏଏସଆଇ ଗୁପ୍ତେଶ୍ବର ଗୌଡ଼ ପୁଲିସ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ମହେନ୍ଦ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏଥିସ‌ହିତ ଶବ ଜବତ କରି ଘଟଣାସ୍ଥଳରେ ଛାନଭିନ୍ କରୁଛନ୍ତି । ଏହି ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ପଚରାଉଚରା ଜାରି ରଖିଛି। ତଦନ୍ତ ପରେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ