Friday, March 20, 2026
21.7 C
Odisha

    ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ସୁଙ୍କିଘାଟି ତଳୁ ଉଦ୍ଧାର, ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ପାୱାରହାଉସ୍ ନିକଟ ପାଇଲସାହିର ବାସିନ୍ଦା ତଥା ନିଖୋଜ ବ୍ୟବସାୟୀ ରାଧାକୃଷ୍ଣ ମହାପାତ୍ରଙ୍କ ଗଳିତ ମୃତଦେହ ଆଜି ଘାଟିତଳୁ ଠାବ କରାଯାଉଛି। ମୃତଦେହକୁ ପୁଲିସ ଜବତ କରିଛି। ହତ୍ୟା ସନ୍ଦେହରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ମୁତାବକ ଜୟପୁର ଅଞ୍ଚଳର ପାବାରହାଉସ୍ ନିକଟ ପାଇଲସାହିର ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ନିଜ ଘରୁ ବାହାରି ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ନିରଗିରିଗଛ କାଠ କିଣିବା ଯାଇଥିଲେ। ସେହି ଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ। ସେଦିନ ସେଘରକୁ ନଆସିବାରୁ ପରିବାର‌ ଲୋକେ ବ୍ୟସ୍ତ ବିବ୍ରତ ହୋଇଥିଲେ। ଏନେଇ ପରିବାର ଲୋକେ ଜୟପୁର ପୁଲିସ ନିକଟରେ ନିଖୋଜ ରହିଥିବା ଲିଖିତ ଅଭିଯୋଗ କରିଥିଲେ।

    ଅଭିଯୋଗ ପାଇବା ପରେ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା। ଘଟଣାର ୪ ଦିନ ପରେ ଆଜି ସୁଙ୍କିଘାଟିରୁ କାଠ ବ୍ୟବସାୟୀ ରାଧାକୃଷ୍ଣ ମହାପାତ୍ରଙ୍କ ମୃତଦେହ ଠାବ ହୋଇଛି। ଏହି ରାସ୍ତାରେ ଯାଉଥିବା କିଛି ଲୋକ ମୃତ ବ୍ୟକ୍ତିଙ୍କୁ ନେଇ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି। ରାଧାକୃଷ୍ଣ ମହାପାତ୍ରଙ୍କୁ ହତ୍ୟା କରାଯିବା ପରେ ସୁଙ୍କିଘାଟିରେ ଫିଙ୍ଗି ଦିଆଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

    ଅନ୍ୟପକ୍ଷରେ ରାଧାକୃଷ୍ଣ ମହାପାତ୍ରଙ୍କୁ କାହିଁକି ହତ୍ୟା କରି ଉକ୍ତ ଘାଟରେ ଫିଙ୍ଗା ଯାଇଛି ସେନେଇ ଜୟପୁର ଏବଂ ପଟ୍ଟାଙ୍ଗି ପୁଲିସ ୪ଜଣଙ୍କୁ ଚିହ୍ନଟ କରି ପଟ୍ଟାଙ୍ଗି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ସୁନାବେଡ଼ା ଏସଡିପିଓ ମନବ୍ରୋତା ଶତପଥି ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ସେନେଇ ଅଟକଙ୍କୁ ପଚରାଉଚରା ଚାଲିଛି। କାଠ ବ୍ୟବସାୟକୁ ନେଇ କିଛି ଟଙ୍କା ବାକି ରଖିଥିଲେ ବୋଲି ଯାହା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ