Thursday, October 22, 2026
27.7 C
Odisha

    ୩ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ନଦୀରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ହାୟାରପୁର ନିକଟ କାରୋ ନଦୀରେ ଗତ ରବିବାର ଜଣେ ଯୁବକ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନି । ଗତ ରବିବାର ଠାରୁ ହାୟାରପୁର ଗାଁର ଦୁଲୁ ମୁଣ୍ଡା ଗାଁ ଲୋକଙ୍କ ସହ କାରୋ ନଦୀକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅସାବଧାନବଶତଃ ନଦୀ ଗଣ୍ଡରେ ପଡି ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ବଡବିଲ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଦିନ କାଳ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ଖବର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    68 %
    1.5kmh
    18 %
    Thu
    25 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ