Saturday, May 30, 2026
40.9 C
Odisha

    ୩ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ନଦୀରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ହାୟାରପୁର ନିକଟ କାରୋ ନଦୀରେ ଗତ ରବିବାର ଜଣେ ଯୁବକ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନି । ଗତ ରବିବାର ଠାରୁ ହାୟାରପୁର ଗାଁର ଦୁଲୁ ମୁଣ୍ଡା ଗାଁ ଲୋକଙ୍କ ସହ କାରୋ ନଦୀକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅସାବଧାନବଶତଃ ନଦୀ ଗଣ୍ଡରେ ପଡି ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ବଡବିଲ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଦିନ କାଳ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ଖବର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    24 %
    3.3kmh
    24 %
    Sat
    36 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ