Friday, September 18, 2026
25 C
Odisha

    କ୍ୟାପିଟାଲ ହସ୍ପିଟାଲରେ ଶିଶୁକନ୍ୟାକୁ ଛାଡ଼ି ବାପା-ମା’ ଫେରାର: ବନ୍ଦ ରହିଛି ଅଭିଭାବକଙ୍କ ମୋବାଇଲ୍‌ ଫୋନ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲରେ ଶିଶୁକନ୍ୟାକୁ ଛାଡ଼ି ବାପା-ମା’ ଫେରାର ହୋଇଛନ୍ତି। ଏହି ଘଟଣାରେ ଗତ ୩-୪ ଦିନ ଧରି ବାପା ମାଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ବି ବିଫଳ ହୋଇଛନ୍ତି। ମେଡିକାଲ ରେଜିଷ୍ଟରରେ ଲେଖିଥିବା ଫୋନ ନମ୍ବର ସୁଇଚ ଅଫ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

    କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ ଧନଞ୍ଜୟ ଦାସ କହିଛନ୍ତି, ଶିଶୁକନ୍ୟାକୁ ଆଜି ୨୮ ଦିନ ହୋଇଥିବାବେଳେ ଗତ ୧୦ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ନବଜାତ କନ୍ୟା ଶିଶୁର ଓଜନ କମ୍ ଥିବାରୁ ଏସଏନସିୟୁରେ ସ୍ବତନ୍ତ୍ର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି। ଏହି ସମୟରେ ମାର କ୍ଷୀର ବହୁ ଆବଶ୍ୟକତା ଥିବା ଚିକିତ୍ସକ କହିଛନ୍ତି। ତେବେ କଅଁଳ ଶିଶୁଟିକୁ ଡାକ୍ତରଖାନାରେ ଏକୁଟିଆ ଛାଡି ବାପା-ମାଁକାହିଁକି ପଳାଇଲେ ତାହାର ଉତ୍ତର କାହାରି ପାଖରେ ନାହିଁ।

    ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନିଜର ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (ଏସ୍‌ଏନ୍‌ସିୟୁ)ରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ଭିତରେ ମେଡିକାଲ ଟିମ୍‌ ଜାଣିବାକୁ ପାଇଥିଲା ଯେ ପିଲାଟି ପାଖରେ କେହି ନାହାନ୍ତି। ବାପା ମା’ଙ୍କୁ ସେମାନେ ଦେଇଥିବା ମୋବାଇଲ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା। କିନ୍ତୁ ଯୋଗାଯୋଗ ହୋଇପାରି ନଥିଲା। ଶିଶୁକନ୍ୟାର ବାପାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ