Thursday, October 15, 2026
26.4 C
Odisha

    ନେହେରୁ-ଇନ୍ଦିରାଙ୍କ ପରେ ଇତିହାସ ରଚିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଗୁରୁବାର ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ନିଜର କାର୍ଯ୍ୟକାଳରେ ୧୧ଥର ପାଇଁ ଲାଲକିଲ୍ଲାରେ ସେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ୧୧ଥର ପାଇଁ ପତାକା ଉତ୍ତୋଳନ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଏଭଳି କରିଛନ୍ତି। ଏହାପୂର୍ବରୁ ଜବାହରଲାଲ ନେହେରୁ ଲାଲକିଲ୍ଲାରେ ୧୭ ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ଇନ୍ଦିରା ଗାନ୍ଧୀ ୧୬ ଥର ଜାତୀୟ ପତାକା ଉତ୍ତୋଳନ କରି ଇତିହାସ ରଚିଥିଲେ। ଏବେ ମୋଦୀ ୧୧ ଥର ଏଭଳି କରି ଏହି ତାଲିକାରେ ସାମିଲ ହୋଇଛନ୍ତି। ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅତିକ୍ରମ କରିଛନ୍ତି।ମନମୋହନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଶଥର ସ୍ୱାଧୀନତା ଦିବସ ଭାଷଣ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ