Friday, September 11, 2026
23.8 C
Odisha

    ଏନଡିଏର ନେତା ଭାବେ ମୋଦୀଙ୍କୁ ମନୋନୀତ କଲେ ନବ ନିର୍ବାଚିତ ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ସଂସଦର କେନ୍ଦ୍ରୀୟ ହଲ୍‌ରେ ଆଜି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନୂତନ ଭାବେ ନିର୍ବାଚିତ ସାଂସଦ ସେମାନଙ୍କ ନେତା ମନୋନୀତ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ବାଟ ଫିଟିଥିବା ବେଳେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ସାଂସଦଙ୍କ ନେତା ଭାବେ ମନୋନୀତ କରିବା ପାଇଁ ଏହି ସଭା ଆରମ୍ଭ ହୋଇଥିଲା। ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା।

    ରାଜନାଥ ସିଂହ ଦଳର ବୈଠକରେ ମୋଦୀଙ୍କୁ ନେତା କରିବାର ପ୍ରସ୍ତାବ ରଖିଥିଲେ। ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଛି। ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

    ପୂର୍ବାହ୍ନ ୧୧.୩୦ରେ ଏହି ବୈଠକ ଆୟୋଜିତ ହୋଇଥିଲା। ପୁରୁଣା ସଂସଦର ସମ୍ବିଧାନ ସଦନ ହଲ୍‌ରେ ମୋଦୀ- ମୋଦୀ ନାରା ଶୁଣିବାକୁ ମିଳିଥିଲା। ମୋଦୀଙ୍କ ନେତା ଭାବେ ଚ୍ରନ କରିବା ପରେ ନୀତିଶ କୁମାର ଓ ନାଇଡୁ ସେମାନଙ୍କ ବକ୍ତବ୍ୟ ଦେଇଥିଲେ। ମୋଦୀ ମଧ୍ୟ ସେଠାରେ ନଜର ମତବ୍ୟକ୍ତ କରିଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ