Monday, October 5, 2026
24.7 C
Odisha

    ଚର୍ଚ୍ଚାରେ ମୋଦୀ-ଟ୍ରମ୍ପ୍‌ ବନ୍ଧୁତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତି ଦେଶର ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବନ୍ଧୁ’ ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମୋଦୀ-ଟ୍ରମ୍ପ ବନ୍ଧୁତା ଚର୍ଚ୍ଚାରେ ରହିଥିଲା। ଉଭୟ ନେତାଙ୍କ କେତେକ ମିଳିତ କାର୍ଯ୍ୟକ୍ରମ ଯଥା ‘ହାଓଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ରେ ସାମିଲ ହେବା ବିଶ୍ବବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବା ବେଳେ ଏହି ଘନିଷ୍ଠ ସଂପର୍କ ଭାରତ-ଆମେରିକା ସଂପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା।
    ଏକ୍ସରେ ଆଜି ଏକ ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଐତିହାସିକ ବିଜୟ ପାଇଁ ତାଙ୍କୁ ହୃଦୟରୁ ଶୁଭେଚ୍ଛା। ମୋଦୀ କହିଛନ୍ତି, ଆପଣ ‌ଯେମିତି ଆପଣଙ୍କ ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି, ମୁଁ ଭାରତ-ଆମେରିକା ବ୍ୟାପକ ବୈଶ୍ବିକ ଏବଂ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାପାଇଁ ଆଶା ରଖିଛି। ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ କୂଟନୈତିକ ସମ୍ପର୍କ ଓ ରଣନୀତିକ ସହ‌ଯୋଗ ପାଇଁ ଟ୍ରମ୍ପ୍‌ ଓ ମୋଦୀ ପୂର୍ବରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉଭୟ ନେତା ଆତଙ୍କବାଦ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଧରିଥିବା ରାଷ୍ଟ୍ରମାନଙ୍କୁ କଡ଼ା ସମାଲୋଚନା କରିଥିବା ନଜିର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ