Saturday, October 3, 2026
30.8 C
Odisha

    ୟୁକ୍ରେନରେ ମୋଦୀ, ଜେଲେନସ୍କିଙ୍କୁ ଭେଟିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଦେଶର ରାଜଧାନୀ କିବରେ ପହଞ୍ଚିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନରେ ପହଞ୍ଚିଛନ୍ତି। ଜେଲେନସ୍କିଙ୍କୁ ଭେଟିବା ସମୟର ମୋଦୀ ତାଙ୍କୁ ଆଲିଙ୍ଗନ କରିଥିଲେ । ଆଉ କିଛି ସମୟ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।
    ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ୟୁକ୍ରେନ ନେତାଙ୍କ ସହ ନିଜର ମତ ରଖିବେ। ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ୧୯୯୧ରେ ୟୁକ୍ରେନ ସୋଭିଏତ ରୁଷଠାରୁ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ୟୁକ୍ରେନ ଗସ୍ତ ।
    ରୁଷର ସରକାରୀ ଗଣମାଧ୍ୟମ ଆରଟି ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ସମ୍ଭାବ୍ୟ ଆଲୋଚନା ବିଷୟରେ ଟୁଇଟ୍ କରିଛି। ଆରଟି ଲେଖିଛି ଯେ ମୋଦୀ ୟୁକ୍ରେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶାନ୍ତି ଆଣିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ୬ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଋଷ ଗସ୍ତ କରିଥିଲେ। ସେତେବେଳେ ବି ପୁଟିନଙ୍କୁ ସାକ୍ଷାତ କରିବା ବେଳେ ସେ ଶାନ୍ତି କଥା ଉଠାଇଥିଲେ । ଏବେ ସେ ୟୁକ୍ରେନ ଗସ୍ତରେ ଥିବାରୁ ସମଗ୍ର ବିଶ୍ବର ନଜର ତାଙ୍କ ଉପରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ