Sunday, October 4, 2026
28.6 C
Odisha

    ଦୁଷ୍କର୍ମକାରୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଲକାତାର ଜଣେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପ‌ରେ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କଳାକାରମାନଙ୍କ ଠାରୁ ରାଜନେତା ଓ ଜନତା ପୀଡ଼ିତ ତଥା ପୀଡ଼ିତ ପରିବାରକୁ ନ୍ୟାୟ ଦାବି କରିଛନ୍ତି।ଏହି କ୍ରମରେ ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ଏହି ଦୁଷ୍କର୍ମ ଘଟଣାକୁ ନେଇ ନିଜର କ୍ରୋଧ ପ୍ରକାଶ କରି ପୀଡ଼ିତ ଡାକ୍ତରଙ୍କୁ ନ୍ୟାୟ ଦେବାକୁ ଗୁହାରି କରିଛନ୍ତି।
    ହସିନ ଜହାଁ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଦୁଷ୍କର୍ମକାରୀଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି।

    ହସିନ୍ ଜହାଁ ଏକ ଗୀତର ଲିରିକ୍ସକୁ ପୋଷ୍ଟ କରି ଲେଖିଛନ୍ତି, “ତୁମେ ମୋର ସମର୍ଥନ ନକଲେ ବି ମୋ‌ତେ ବାଟ କିପରି ଚାଲିବାକୁ ହେବ ଜଣା ଅଛନ୍ତି। ପ୍ରତିଟି ନିଆଁ ବିଷୟରେ ମୁଁ ଅବଗତ। ତେଣୁ କିପରି ଜଳିବାକୁ ହେବ ତାହା ବି ମୋତେ ଆସେ।

    ଘରୁ ବାହାରକୁ ବାହାରିବି, ପାଠପଢ଼ିବି, ଶିଖିତ ହେବି। ମୋର ଇଚ୍ଛା ମୁତାବକ ପୋଷାକ ପିନ୍ଧିବି। ରାତିରେ ବାହାରକୁ ବାିହାରିବି। ମୋ ଜୀବନକୁ ଉପଭୋଗ କରିବି। ଦିଅ କେତେ ନିର୍ଯାତନା ଦେବ। ସେତେବେଳେ ବି ମୁଁ ମୋର ରାସ୍ତା ନିଜେ ବାଛିବି। ପଛଘୁଞ୍ଚା ଦେବି ନାହିଁ। ଦିନେ ନା ଦିନେ ତୁମେ ହାରିବ ଆଉ ମୁଁ ଜିତିକି ଦେଖାଇବି।

    ମୁଁ ଡାକ୍ତରରାଣୀ ପାଇଁ ନ୍ୟାୟ ଚାହୁଁଛି। ପୀଡ଼ିତାଙ୍କ ଜୀବନ ଯେପରି ଅବସ୍ଥାରେ ଦୁଷ୍କର୍ମକାରୀ ସଞ୍ଜୟ ରାୟ ନେଇଛି ତାକୁ ଭଗବାନ କଦାପି କ୍ଷମା କରିବେ ନାହିଁ। ଦୁଷ୍କର୍ମକାରୀକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ