Monday, March 23, 2026
29.4 C
Odisha

    ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ପୂର୍ବାହ୍ନରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଫେରିବେ। ମୋହନଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦିଲ୍ଲୀ ଗସ୍ତ ପରେ ଆଜି ଆଉ କିଛି ମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । କୁହାଯାଉଛି, ପ୍ରଥମ ଥର କରି ରାଜ୍ୟରେ ସରକାର ଗଢିବା ପରେ, ନୂଆ ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତାଙ୍କ ପାଖରୁ ଗୁରୁମନ୍ତ୍ର ନେଉଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଭଳି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ।
    ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ସହ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟିବେ । ରାଜ୍ୟର ସମସ୍ୟା ନେଇ ଆଲୋଚନା କରିବାସହ ଅନୁଦାନ ଓ ପ୍ରକଳ୍ପକୁ ଆଗେଇ ନେବାକୁ ଆଲୋଚନା କରାଯିବ । ମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଦିଲ୍ଲୀ ଗସ୍ତରେ । ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱାର୍କ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ଓଡିଶାର ଅର୍ଥନୀତି ବିକାଶ ଲାଗି ଯେଉଁ ଲକ୍ଷ୍ୟ ରଖା ଯାଇ ଯୋଜନା କରାଯାଇଛି ସେ ନେଇ ନେତୃତ୍ୱଙ୍କସହ ଆଲୋଚନା କରାଯିବ । ବିଜେପି ସରକାରକୁ ଆସିବା ପରେ ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ଆସନ୍ତା ୧୬ ତାରିଖରେ ବସିପାରେ। ଆଉ ମନ୍ତ୍ରୀମାନେ ଦିଲ୍ଲୀରୁ ଆଣିଥିବା ମନ୍ତ୍ରକୁ ଏହି ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ