Thursday, October 15, 2026
28.2 C
Odisha

    ନୂତନ ଲାଇନ୍ ସୁରକ୍ଷା ଯାଞ୍ଚ: ନାଗପୁର ରୁଟ୍‌ରେ ୭୨ ଟ୍ରେନ୍‌ ରଦ୍ଦ

    ଆଗକୁ ପଢନ୍ତୁ

    ନାଗପୁର: ନାଗପୁର-ରାଜନନ୍ଦଗାଓଁ ସେକ୍ସନ୍‌ରେ ନିର୍ମାଣ ସରିଥିବା ତୃତୀୟ ଲାଇନ୍‌କୁ ସରକାରୀ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବିବିଧ ସୁରକ୍ଷା ଯାଞ୍ଚ ଚଳିତ ଅଗଷ୍ଟ ମାସ ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଛି। ଏଥିପାଇଁ ଏହି ରୁଟ୍‌ରେ ଚାଲୁଥିବା ପ୍ରାୟ ୭୨ଟି ଟ୍ରେନ୍‌ ରଦ୍ଦ ହେବ। ୨୨ଟି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତିତ ହେଉଥିବା ବେଳେ ୬ଟିର ଯାତ୍ରାପଥ ସଂକୁଚିତ କରାଯାଉଥିବା ନେଇ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ, ନାଗପୁର ଡିଭିଜନ୍‌ ବିଜ୍ଞପ୍ତି ଜାରି କରିଛି।
    ୩୫୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ୨୨୮ କିମି ଦୀର୍ଘ ତୃତୀୟ ଲାଇନ୍‌ କାର୍ଯ୍ୟକ୍ଷମ ହେବା ପାଇଁ ରଦ୍ଦ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ଅନେକ ଗ‌ାଡ଼ି ଓଡ଼ିଶା ଦେଇ ଯାତାୟାତ କରୁଛି।

    ସେଗୁଡ଼ିକ ମଧ୍ୟରେ୧୮୧୦୯/୧୮୧୧୦ ଟାଟାନଗର-ଇତୱାରୀ ଏକ୍ସପ୍ରେସ୍‌ ଅଗଷ୍ଟ ୬ରୁ ୨୦ ପର୍ଯ୍ୟନ୍ତ, ୧୨୮୩୪/୧୨୮୩୩ ହାଓଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍‌ ଅଗଷ୍ଟ ୫ରୁ ୧୪ ପର୍ଯ୍ୟନ୍ତ, ୧୮୦୩୦/୧୮୦୨୯ ଶାଲିମାର-ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଅଗଷ୍ଟ ୧୧ରୁ ୧୯ ପର୍ଯ୍ୟନ୍ତ ରଦ୍ଦ ହୋଇଛି।

    ସେହିପରି ୨୨୮୪୬/୨୨୮୪୫ ହଟିଆ-ପୁଣ‌େ ଏକ୍ସପ୍ରେସ୍‌ ଅଗଷ୍ଟ ୫ରୁ ୧୧ ପର୍ଯ୍ୟନ୍ତ, ୧୨୮୮୦/୧୨୮୭୯ ଭୁବ‌ନଶ୍ବର-ଲୋକମାନ୍ୟତିଳକ ଏକ୍ସ‌ପ୍ରେସ୍‌ ଓ ୨୨୮୯୪/୨୨୮୯୩ ହାଓଡ଼ା-ସାଇନଗର ଏକ୍ସପ୍ରେସ୍‌ ଅଗଷ୍ଟ ୮ରୁ ୧୭ ପର୍ଯ୍ୟନ୍ତ, ୧୨୮୧୨/୧୨୮୧୧ ହଟିଆ-ଲୋକମାନ୍ୟତିଳକ ଏକ୍ସ‌ପ୍ରେସ୍‌ ଅଗଷ୍ଟ ୧୬ରୁ ୧୮ ପର୍ଯ୍ୟନ୍ତ ରଦ୍ଦ ହୋଇଛି
    ଅପରପକ୍ଷରେ ୨୦୮୫୭/୨୦୮୫୮ ପୁରୀ-ସାଇନଗର ଏକ୍ସପ୍ରେସ୍‌ ଅଗଷ୍ଟ ୯ରୁ ୧୮ ପର୍ଯ୍ୟନ୍ତ, ୧୨୯୯୩/୧୨୯୯୪ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ୍‌ ଅଗଷ୍ଟ ୧୬ରୁ ୧୯ ପର୍ଯ୍ୟନ୍ତ, ୨୦୮୨୨/୨୦୮୨୧ ସାନ୍ତ୍ରାଗାଛି-ପୁଣ‌େ ଏକ୍ସପ୍ରେସ୍‌ ଅଗଷ୍ଟ୧୭ରୁ ୧୯ ପର୍ଯ୍ୟନ୍ତ, ୧୨୭୬୭/୧୨୭୬୮ ସାହିବ ନାନ୍ଦେଡ୍‌-ସାନ୍ତ୍ରାଗାଛି ଏକ୍ସପ୍ରେସ୍‌ ଅଗଷ୍ଟ ୧୨ରୁ ୧୪ ପର୍ଯ୍ୟନ୍ତ, ୨୨୯୦୫/୨୨୯୦୬ ଓଖ‌ା-ଶାଲିମାର ଅଗଷ୍ଟ ୧୮ରୁ ୨୦ ପର୍ଯ୍ୟନ୍ତ ରଦ୍ଦ ହୋଇଛି।

    ଏହା ସହିତ ୨୨୯୭୩/୨୨୯୭୪ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍‌ ଅଗଷ୍ଟ ୧୪ରୁ ୧୭ ପର୍ଯ୍ୟନ୍ତ, ୨୨୮୨୭/୨୨୮୨୮ ପୁରୀ-ସୁରତ ଏକ୍ସପ୍ରେସ୍‌ ଅଗଷ୍ଟ ୧୧ରୁ ୧୩ ପର୍ଯ୍ୟନ୍ତ, ୨୦୮୨୩/୨୦୮୨୪ ପୁରୀ-ଆଜମେର ଏକ୍ସପ୍ରେସ୍‌ ଅଗଷ୍ଟ ୧ରୁ ୧୩ ପର୍ଯ୍ୟନ୍ତ ରଦ୍ଦ ହୋଇଛି।

    ଅପରପକ୍ଷରେ ୧୩୪୨୫/୧୩୪୨୬ ମାଲ୍‌ଦା-ସୁରତ ଏକ୍ସପ୍ରେସ୍‌ ଅଗଷ୍ଟ ୧୦ରୁ ୧୯ ପର୍ଯ୍ୟନ୍ତ, ୧୨୧୫୧/୧୨୧୫୨ ଲୋକମାନ୍ୟତିଳକ-ଶାଲିମାର ଏକ୍ସପ୍ରେସ୍‌ ଅଗଷ୍ଟ ୧୪ରୁ ୧୭ ପର୍ଯ୍ୟନ୍ତ ପରିବର୍ତ୍ତିତ ମାର୍ଗରେ ଯାତାୟାତ ଜାରି ରଖିଛି।

    ସେହିପରି ୨୨୫୧୨/୨୨୫୧୧ କାମାକ୍ଷା-ଲୋକମାନ୍ୟତିଳକ ଏକ୍ସପ୍ରେସ୍‌ ଅଗଷ୍ଟ ୩ରୁ ୨୦ ପର୍ଯ୍ୟନ୍ତ, ୨୦୯୧୭/୨୦୯୧୮ ଇନ୍ଦୋର-ପୁରୀ ଏକ୍ସପ୍ରେସ୍‌ ଅଗଷ୍ଟ ୧୩ରୁ ୧୫ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ