Friday, October 2, 2026
22.2 C
Odisha

    ମୁମ୍ବାଇରେ ଟ୍ରାକରେ ଫସିଲା ମୋନୋରେଲ

    ଆଗକୁ ପଢନ୍ତୁ

    ମୁମ୍ବାଇରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ମଧ୍ୟରେ ମୋନୋରେଲ ସେବା ବାଧାପ୍ରାପ୍ତ ହୋଇଛି। ସନ୍ଧ୍ୟା ପ୍ରାୟ ୬:୧୫ରେ ଚେମ୍ବୁର ଓ ଭକ୍ତି ପାର୍କ ମଧ୍ୟରେ ମୋନୋରେଲ ଖରାପ ହେବା ଯୋଗୁଁ ଅନେକ ଯାତ୍ରୀ ରେଲ ଭିତରେ ଫସି ରହିଥିଲେ। ସୂଚନା ଅନୁଯାୟୀ, ଏହି ଅଘଟଣ ପରେ ଯାତ୍ରୀମାନେ ତୁରନ୍ତ ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଜରୁରୀ ହେଲପଲାଇନ ନମ୍ବର ୧୯୧୬କୁ ଡାଏଲ କରି ସାହାଯ୍ୟ ମାଗିଥିଲେ। ଜରୁରୀ କଲ ପାଇବା ପରେ ଅଗ୍ନିଶମ ବାହିନୀ ଅଧିକାରୀମାନେ ତିନୋଟି ସ୍ନୋର୍କେଲ ଯାନ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଛି, ଯାହା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଓ ଅସୁବିଧା ବଢ଼ାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ