Wednesday, April 8, 2026
36.5 C
Odisha

    ୪ ଦିନ ଆଗୁଆ ଓଡିଶା ଛୁଇଁଲା ମୌସୁମୀ: ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଛି । ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି। ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ମେ’ ୩୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା। ଏହା ସମଗ୍ର ଦକ୍ଷିଣ ଆରବ ସାଗର, କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ଲାକ୍ଷାଦ୍ବୀପ, କେରଳ, ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ ଏବଂ ବଙ୍ଗୋପସାଗରର କିଛି ଅଂଶ ଉପରେ ଅଗ୍ରଗତି କରିଥିଲା।

    ଉଲ୍ଲେଖଯୋଗ୍ୟ, ମୌସୁମୀ ସାଧାରଣତଃ କେରଳ‌ରେ ପହଞ୍ଚିବାର ୧୦ ଦିନ ପରେ ରାଜ୍ୟରେ ପହଞ୍ଚିଥାଏ। ତେବେ ଚଳିତ ବର୍ଷ ଜୁନ୍ ୮ ସୁଦ୍ଧା ଓଡିଶାରେ ପ୍ରବେଶ କରିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ୧୨ କିମ୍ବା ୧୩ ତାରିଖରେ ଓଡିଶା ଛୁଇଁଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ