Sunday, May 31, 2026
28.8 C
Odisha

    ଆଜି କେରଳ ଛୁଇଁବ ମୌସୁମୀ

    ଆଗକୁ ପଢନ୍ତୁ

    ଅସହ୍ୟ ତାତି ଭିତରେ ଆଜି କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସୁଛି । ଦୀର୍ଘ ଦିନ ଧରି ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୫ଡିଗ୍ରୀ ଉପରକୁ ଚାଲିଯାଇଛି । ଲୋକେ ଘରୁ ବାହାରିବା ଏକପ୍ରକାର ଅସମ୍ବବ ହୋଇପଡିଛି । କାମ ଦାମ ସବୁ ଠପ୍ । ରାସ୍ତା କଡରେ ଛୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ବି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ ସକାଳୁ ମଧ୍ୟ ତାତି କଲବଲ କରିବା ଆରମ୍ଭ କରିଦେଇଛି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ଏହାରି ଭିତରେ ଶୀଘ୍ର ମୌସୁମୀ ଆସିଲେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ଅନାଇ ବସିଛନ୍ତି ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.8 ° C
    28.8 °
    28.8 °
    68 %
    1.6kmh
    17 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ