Tuesday, August 25, 2026
24.5 C
Odisha

    ୧୦ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ; ହୋଇପାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ଥିବା ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗାମନ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶା ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପାଗ ବା ସ୍ଥିତି ଅନୁକୂଳ  ଭଲ ରହିଛି। ଓଡିଶା ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ସହ ୪୮ ଘଣ୍ଟା ମଧ୍ୟରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ। ଗୋଟେ ଦୁଇଟି ସ୍ଥାନରେ ପବନର ବେଗ ରହିବ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତହେଉଛି। ୮ ତାରିଖ ରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ୨୪ ଘଂଟାରେ କିଛି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡା କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁଣି ୮ରୁ ଗ୍ରୀଷ୍ମ ପ୍ରବାହ ଜାରି ହେବାକୁ ଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ଏହାସହ ଆସନ୍ତା ୫ ଦିନ ଯାଏ ଉପକୁଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ରହିବା ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବ। ରାଜ୍ୟକୁ ଶୁଷ୍କ ଗରମ ପବନ ର ପ୍ରବେଶ ଓ ଆଦ୍ରତାର ପରିମାଣ ଅଧିକା ରହୁଥିବା ବେଳେ ଏଭଳି ଅସହ୍ୟ ଗୁଳୁଗୁଳି ହେଉଥିବା କହିଛି ପାଣିପାଗ ବିଭାଗ। ଉପକୂଳରେ ଅସହ୍ୟ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ୪୨ ଡିଗ୍ରୀ ରୁ ଊର୍ଧ୍ୱ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    91 %
    1.2kmh
    78 %
    Tue
    30 °
    Wed
    28 °
    Thu
    27 °
    Fri
    29 °
    Sat
    27 °

    ସମ୍ବନ୍ଧିତ