Sunday, October 4, 2026
24.3 C
Odisha

    ବିଦେଶରେ ଚାକିରି ନାଁରେ ୩ କୋଟି ଠକେଇ; ଅଭିଯୋଗ ଆଣିଲେ ୩୦ ଯୁବକ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ବିଦେଶରେ ଚାକିରି କରିଦେବେ କହି ଭିସା ତଥା ଫ୍ଲାଇଟ ଭଡ଼ା ନାମରେ ଏକ ଠକ୍ ସଂସ୍ଥା ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ବାଲେଶ୍ବର ଜିଲ୍ଲା ଜଳେଶ୍ଵରରୁ ରାତାରାତି ଉଭାନ ହୋଇଯାଇଛି। ଘଟଣାଟି ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଠକେଇର ଶିକାର ହୋଇଥିବା ଯୁବକମାନେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ୩୦ରୁ ଊର୍ଦ୍ଧ୍ବ ଯୁବକ ଆଜି ଜଳେଶ୍ଵର ଥାନାରେ ଦ୍ବାରସ୍ଥ ହୋଇଛନ୍ତି।

    ବିବରଣୀରୁ ପ୍ରକାଶ ଯେ ଜଳେଶ୍ଵର ହସ୍ପିଟାଲ ରୋଡ୍‌ରେ ବର୍ଷା ମ୍ୟାନ ପାଓ୍ବାର କନଷ୍ଟଲନ୍ସି ନାମରେ ଏକ ଅଫିସ ଖୋଲା ଯାଇଥିଲା। ଏହି ଅଫିସ ବିଦେଶରେ ଆତ୍ମ ନିଯୁକ୍ତି ପାଇବାକୁ ଚାହୁଁଥିବା ଯୁବକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଲୋଭନୀୟ ପ୍ରଚାର ଚଳାଇଥିଲା। ଏହି ପ୍ରଚାରକୁ ବିଶ୍ବାସ କରି ଓଡିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳର ବହୁ ଯୁବକ ଗତ ଅଗଷ୍ଟ ମାସରେ ଜଳେଶ୍ଵର ସ୍ଥିତ ଅଫିସକୁ ଆସିଥିଲେ। ଏଠାରେ ଏଚଆର ମ୍ୟାନେଜର ସେଖ ରହେମାନ,
    ଅଭୟ ସିଂ, ପତରୁ ଯାଦବ ନାମକ ତିନି ଜଣ ଅଫିସ ବିଅରରଙ୍କୁ ସାକ୍ଷାତ କରିଥିଲେ। ପାସପୋର୍ଟ ଦେଲେ ଆଗ୍ରହୀ ଯୁବକ ମାନଙ୍କୁ ଇରାକ, ତୁର୍କୀ ଓ ଯୋଡେନ ପ୍ରଭୁତି ଦେଶରେ ମୋଟା ଅଙ୍କର ଦରମାରେ ଆତ୍ମନିଯୁକ୍ତି ମିଳିବ ବୋଲି କୁହା ଯାଇଥିଲା।.
    ବାଉରୀବନ୍ଧୁଙ୍କ ସହ ତୁର୍କୀ ଯିବା ପାଇଁ ମୋଟ ୭୫ ହଜାର ଟଙ୍କା କଥାରେ ଅଫିସ ବିଅରରମାନଙ୍କ ସହ କଥା ଛିଡ଼ି ଥିଲା।ଆଉ ବାଉରୀବନ୍ଧୁ ଅଗ୍ରୀମ ଆକାରରେ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହି ଅନୁସାରେ ତାଙ୍କୁ ଭିସା ଓ ଫ୍ଲାଇଟ ଟିକଟ ମିଳିଥିଲା। କିନ୍ତୁ ବାଉରୀବନ୍ଧୁ ପରେ ଜାଣିଲେ ଏହି ଭିସା ଓ ଫ୍ଲାଇଟ ଟିକଟ ସବୁକିଛି ନକଲି। ଏନେଇ ସେ ଗତ ଶୁକ୍ରବାର ଦିନ ଜଳେଶ୍ଵର ଅଫିସକୁ ଆସି ପଚାରିବା ପରେ ସେଠାରେ ଅଫିସ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା କ୍ରାନ୍ତି ବେହେରା ନାମକ ଜୈନିକା ଯୁବତୀ ଦୁଇ ଦିନ ପରେ ଆସ ବୋଲି କହିଥିଲେ। କିନ୍ତୁ ତହିଁ ପର ଦିନ ରାତାରାତି ଅଫିସ ବନ୍ଦ ହୋଇ ତାଲା ଝୁଲୁଛି।

    ଅଫିସ ବିଅରରମାନେ ଫେରାର ହୋଇ ଯାଇଛନ୍ତି। ଅଫିସ ବିଅରରମାନଙ୍କୁ ଫୋନ କଲେ ସେମାନେ ଫୋନ ମଧ୍ୟ ଧରୁ ନାହାନ୍ତି ବୋଲି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲା ଧନସା ଥାନା ଅଞ୍ଚଳର ଓ୍ବାସିମ ଅକତର ଓ କଟକ ଜିଲ୍ଲା ନିଆଳି ଥାନା ଲୁଣିଗାଁ ଗ୍ରାମର ଦୀପକ କୁମାର ନାୟକ ସମ୍ବାଦ କୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ୮୦ରୁ ଊର୍ଦ୍ଧ୍ବ ଯୁବକ ଏହି ଠକାମୀର ଶୀକାର ହୋଇଥିବାର ପ୍ରକାଶ କରିଛନ୍ତି କଟକ ଅଞ୍ଚଳର ତ୍ରୈଲୋକ୍ୟ ପରିଡ଼ା ଓ ସିଦ୍ଧାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି। ଚାକିରି ପାଇବା ଆଶାରେ ବହୁ କଷ୍ଟରେ ପାସପୋର୍ଟ କରିବା ସହ ଓ ଧାର ଉଧାର କରି ଟଙ୍କା ଦେଇଥିଲୁ। ଏବେ ଆମ ପାସପୋର୍ଟ ଓ ଟଙ୍କା ଫେରି ପାଇବୁ କିପରି ବୋଲି ଉକ୍ତ ଯୁବକମାନେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ