Monday, February 10, 2025
16.6 C
Odisha

    ଧୋନୀଙ୍କ ନାଁ ରେ ନିର୍ମାଣ ହେବ ମନ୍ଦିର!

    ଆଗକୁ ପଢନ୍ତୁ

    ଚେନାଇ: କ୍ରିକେଟ ଇତିହାସରେ ଏକ ବିରାଟ ଅଧ୍ୟାୟ ହେଉଛନ୍ତି ଏମ.ଏସ ଧୋନୀ । କେବଳ ଭାରତୀୟ କ୍ରିକେଟ ପାଇଁ ନୁହେଁ, ସାରା ବିଶ୍ୱର କ୍ରିକେଟ ପାଇଁ ସେ ସାଜିଛନ୍ତି ମହାନ୍ ଦିଗଦର୍ଶକ । ଭାରତରୁ ଆରମ୍ଭ କରି ପୃଥିବୀର କୋଣ ଅନୁକୋଣରେ ଧୋନୀଙ୍କ ଫ୍ୟାନ୍ସ ଭରି ରହିଛନ୍ତି । ଟିମ ଇଣ୍ଡିଆ ଏବଂ ଭାରତର କ୍ରିକେଟକୁ ଏକ ନୂଆ ପରିଚୟ ଦେଇଥିବା ଅଧିନାୟକ ହେଉଛନ୍ତି ମାହି । କ୍ରିକେଟରେ ଅସମ୍ଭବ ସଦୃଶ ଅନେକ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିବା ସହ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ଧୋନୀ ସଫଳ ହୋଇଛନ୍ତି । ବିଶେଷ କରି ଆଇପିଏଲ ଯୋଗୁଁ ସେ ଚେନ୍ନାଇ ପାଇଁ ଜଣେ ଭଗବାନଙ୍କ ଅବତାର ବୋଲି ସମ୍ମାନ ପାଇଛନ୍ତି । ସେଥିପାଇଁ ଧୋନୀଙ୍କୁ ‘ଥାଲା’ ବୋଲି ନାମ ଦିଆଯାଇଛି । ତେବେ ଚେନ୍ନାଇର କ୍ରିକେଟପ୍ରେମୀ ଏବେ ଧୋନୀଙ୍କୁ ଭଗବାନ ବୋଲି ମାନୁଛନ୍ତି । ସମସ୍ତଙ୍କ ହୃଦୟରେ ଧୋନୀଙ୍କ ପାଇଁ ସମ୍ମାନ ଏବେ ଭକ୍ତିରେ ପରିଣତ ହୋଇଗଲାଣି । ତେଣୁ ଖୁବଶୀଘ୍ର ଚେନ୍ନାଇରେ ଧୋନୀଙ୍କ ନାମରେ ଏକ ମନ୍ଦିର ସ୍ଥାପନା ହୋଇପାରେ ବୋଲି କହିଛନ୍ତି ଚ୍ନୋଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ । କ୍ରିକେଟରେ ଧୋନୀଙ୍କ ଯୁଗ ସରିବାର ସମୟ ଯେତିକି ପାଖେଇ ପାଖେଇ ଆସୁଛି, ତାଙ୍କର କ୍ରେଜ କିନ୍ତୁ ସେତିକି ବଢିବାରେ ଲାଗିଛି । ଖାସ କରି ଏବେ ଆଇପିଏଲ ଚାଲିଥିବାରୁ ଧୋନୀଙ୍କ ପାଇଁ ଚେନ୍ନାଇବାସୀ ଏକପ୍ରକାର ପାଗଳପ୍ରାୟ ହୁଅନ୍ତି । ଚେନ୍ନାଇରେ ମାହିଙ୍କ ଫ୍ୟାନ ଫଲୋଇଙ୍ଗ ଏକ ଭିନ୍ନ ସ୍ତରରେ ପହଞ୍ଚିଛି । ଚେନ୍ନାଇର ଲୋକମାନଙ୍କ ପାଇଁ ଧୋନୀ ବର୍ତ୍ତମାନ ଜଣେ ଖେଳାଳି କିମ୍ବ ଆଇଡଲ ନୁହେଁ, ସେ ଚେନ୍ନାଇର ଇମୋସନ୍ ପାଲଟି ଯାଇଛନ୍ତି । ତେଣୁ ତାଙ୍କ ସ୍ମୃତିରେ ଚେନ୍ନାଇର ବାସିନ୍ଦା ଧୋନୀଙ୍କ ନାମରେ ମନ୍ଦିର ନିର୍ମାଣ କରିପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.6 ° C
    16.6 °
    16.6 °
    42 %
    1.6kmh
    4 %
    Mon
    34 °
    Tue
    35 °
    Wed
    36 °
    Thu
    35 °
    Fri
    33 °

    ସମ୍ବନ୍ଧିତ