Saturday, March 21, 2026
19.7 C
Odisha

    ମୁଲାୟମଙ୍କ ପୋଷ୍ଟର ଲଗାଇଲେ ବିଜେପି ନେତା

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ:  ଉତ୍ତର ପ୍ରଦେଶରେ ଉପନିର୍ବାଚନ  ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଏହା ମଧ୍ୟରେ ରାଜ୍ୟରେ ଏକ ପୋଷ୍ଟର ଓ୍ବାର  ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ପୋଷ୍ଟର ଲଗାଇଛନ୍ତି ବିଜେପି ନେତା । ତାହା ପୁଣି ଖୋଦ ବିଜେପି ଅଫିସ ଆଗରେ । ସୂଚନା ଅନୁସାରେ ମୁଲାୟମ ସିଂହ ଯାଦବଙ୍କ ୮୫ତମ ଜନ୍ମଦିନ ଅବସରରେ ଲକ୍ଷ୍ନୌସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବାହାରେ ଏକ ହୋର୍ଡିଂ ଲଗାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ହୋର୍ଡିଂରେ ତାଙ୍କ ବୋହୂ ତଥା ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ରହିଛି। ବିଜେପି କର୍ମୀ ଚୌଧୁରୀ ବିବେକ ବଳିଆନ ଏହି ହୋର୍ଡିଂ ଲଗାଇଛନ୍ତି। ସେଥିରେ ଲେଖା ଯାଇଛି, ‘ସମ୍ମାନିତ ନେତା, ଆପଣଙ୍କ ୮୫ତମ ଜନ୍ମଦିନରେ ଶହେ ପ୍ରଣାମ।

    ଗତ କିଛି ଦିନ ହେବ ରାଜ୍ୟରେ ପୋଷ୍ଟର ରାଜନୀତି ଜୋର ଧରିଥିବା ବେଳେ ଏହି ପଦକ୍ଷେପକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
    ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ଲୋଗାନ ବଟୋଗେ ତୋ କଟୋଗେ’ ପରେ ୟୁପିରେ ପୋଷ୍ଟର ରାଜନୀତି ତୀବ୍ର ହୋଇଛି। ସମାଜବାଦୀ ପାର୍ଟିର ସମସ୍ତ ନେତା ଦଳୀୟ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଲଗାଉଛନ୍ତି। କିନ୍ତୁ ଏବେ ବିଜେପି କାର୍ଯ୍ୟାଳୟ ବାହାରେ ମୁଲାୟମଙ୍କ ପୋଷ୍ଟର ଲଗାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ନେତାଜୀଙ୍କ ବୋହୂ ଅପର୍ଣ୍ଣା ଯାଦବ ଏବେ ବିଜେପିରେ ଅଛନ୍ତି ଏବଂ ସରକାର ତାଙ୍କୁ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ