Monday, October 5, 2026
24.7 C
Odisha

    ମିସ୍ ୟୁନିଭର୍ସର ବିଜେତା ଭିକ୍ଟୋରିଆ କଜେରଙ୍କ ପାଇଁ ଶେଷ ପ୍ରଶ୍ନ ଥିଲା ଏଭଳି…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିବା ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣର ଫଳାଫଳ ଘୋଷଣା ହୋଇଯାଇଛି।

    ଏହି ଘୋଷଣା ଅନୁଯାୟୀ ମିସ ୟୁନିଭର୍ସ-୨୦୨୪ର ବିଜେତା ଡେନମାର୍କର ଭିକ୍ଟୋରିଆ କଜେର ଥେଲଭିଗ ହୋଇଛନ୍ତି। ଭିକ୍ଟୋରିଆ କଜେରଙ୍କୁ ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ।

    ଏହି ମୁକୁଟର ନାମ ‘ଲୁମିଏରେ ଦେ ଇନଫିନି’ । ଯାହାର ଅର୍ଥ ଆଲୋକର ଅସୀମତା । ଏହି ମିସ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତିରେ ସୁସଜ୍ଜିତ।
    ଏହି ସୁବର୍ଣ୍ଣ ମୋତି ଦକ୍ଷିଣ ସାଗରରୁ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ପାରମ୍ପାରିକ କୌଶଳ ବ୍ୟବହାର କରି ୨ ବର୍ଷ ମଧ୍ୟରେ ଫିଲିପାଇନ୍ସ କାରିଗରମାନେ ପ୍ରସ୍ତୁତ କରିଛନ୍ତି।

    ତେବେ ଏହି ମୁକୁଟର ବିଜୟିନୀ ହୋଇଥିବା ଡେନମାର୍କର ଭିକ୍ଟୋରିଆ କଜେର ଥେଲଭିଗଙ୍କୁ ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣର ମଞ୍ଚ ଉପରେ ଅନେକ ପ୍ରଶ୍ନ ପଚରା ଯାଇଥିଲା।

    ମିସ ଡେନମାର୍କ ଏହି ପ୍ରଶ୍ନ ଶୁଣିବା ପରେ ଆଦୌ ଭୟ କରି ନଥିଲେ। ସ୍ପଷ୍ଟ ଭାବେ ଉତ୍ତର ଦେଇ  କହିଥିଲେ, ‘ମୋର ଏହି ବାର୍ତ୍ତା ବିଶ୍ବର ସମସ୍ତ ଲୋକଙ୍କ ପାଇଁ ଯେଉଁମାନେ ମୋତେ ଦେଖୁଛନ୍ତି। ଏହା ପ୍ରଭାବ ପକାଏ ନାହିଁ କି ଆପଣ କେଉଁ ଠାରୁ ଆସିଛନ୍ତି କି ଆପଣଙ୍କ ଅତିଥ କ’ଣ?

    ମୋର ଆପଣମାନଙ୍କୁ ଗୋଟିଏ ବାର୍ତ୍ତା କି ଆପଣସବୁବେଳେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରିବାକୁ ବିକଳ୍ପ ଭାବେ ବାଛି ନିଅନ୍ତୁ। ଆପଣଙ୍କ ଅତିଥ କେବେ ସ୍ଥିର କରିବ ନାହିଁ କି ଆପଣ କିଏ? ଆପଣଙ୍କୁ ପ୍ରତି କ୍ଷେତ୍ରରେ ସଂଘର୍ଷ କରିବାକୁ ହେବ।

    ଆଜି ପର୍ଯ୍ୟନ୍ତ ସଂଘର୍ଷ ବିନା କାହାକୁ ବି ସଫଳତା ମିଳିନାହିଁ। ମୁଁ ଆଜି ଏଠାରେ ଏଥିପାଇଁ ଛିଡ଼ା ହୋଇଛି କାହିଁକି ନା ମୁଁ କିଛି ପରିବର୍ତ୍ତନ ଚାହୁଁଛି। ସବୁବେଳେ ନିଜ ଉପରେ ଓ ନିଜ ସ୍ବପ୍ନ ଉପରେ ବିଶ୍ବାସ ରଖନ୍ତୁ। ’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ