Friday, October 2, 2026
24.8 C
Odisha

    କୁକୁର ପାଇଁ ରକ୍ତ ଦେବାକୁ ମୁମ୍ବାଇ ବାସିନ୍ଦାଙ୍କ ସାହାଯ୍ୟ ଲୋଡିଲେ ରତନ ଟାଟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ନିକଟରେ ଇନଷ୍ଟାଗ୍ରାମ ଜରିଆରେ ମୁମ୍ବାଇ ବାସିନ୍ଦାମାନଙ୍କ ନିକଟରୁ ଏକ ସାହାଯ୍ୟ ଲୋଡ଼ିଛନ୍ତି। ସେ ତାଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଏକ କୁକରର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଛନ୍ତି।ଏହି ବିଶିଷ୍ଟ ଶିଳ୍ପପତି ମୁମ୍ବାଇରେ ଥିବା ତାଙ୍କ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଏକ କୁକୁର ପାଇଁ ଜଣେ ରକ୍ତଦାତା ଖୋଜିବାକୁ ମୁମ୍ବାଇର ଲୋକଙ୍କୁ ନିବେଦନ କରିଛନ୍ତି। ଗୁରୁତର ପରିସ୍ଥିତିରେ ୭ ମାସର କୁକୁରଟି ସନ୍ଦେହଜନକ ଟିକ୍ ଜ୍ୱର ଏବଂ ଗୁରୁତର ରକ୍ତହୀନତାରେ ପୀଡିତ ଥିବାରୁ ତା’ର ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି।

    ଟାଟା ତାଙ୍କ ପୋଷ୍ଟରେ ରକ୍ତ ଦାତାଙ୍କର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଅସୁସ୍ଥ କୁକୁରର ଚିତ୍ର ସହିତ ଦାତା କୁକୁରମାନଙ୍କ ମଧ୍ୟରେ କି ପ୍ରକାରର ଯୋଗ୍ୟତା ଥିବ ତାହାକୁ ଉଲ୍ଲେଖ କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ‌ଷ୍ଟୋରିରେ ‘‘ମୁମ୍ବାଇ, ମୋର ସାହାଯ୍ୟ ଦରକାର।’’ ବୋଲି ଉଲ୍ଲେଖ କରିଛନ୍ତି।

    ପଶୁମାନଙ୍କ ପ୍ରତି ରତନ ଟାଟାଙ୍କ ଭଲପାଇବା ସଂପର୍କରେ ଆମେ ସମସ୍ତେ ଜାଣନ୍ତି। ବିଶେଷ କରି କୁକୁର ପ୍ରତି ତାଙ୍କର ପ୍ରେମ ଖୁବ୍ ଅଧିକ। ସେ ପ୍ରାୟତଃ କୁକୁରମାନଙ୍କର ଫଟୋ ପୋଷ୍ଟ କରନ୍ତି ଏବଂ ସେମାନଙ୍କ ଅଧିକାର ପାଇଁ ଦାବି କରନ୍ତି। କୁକୁର ମାନଙ୍କ ପ୍ରତି ରତନ ଟାଟା ତାଙ୍କର ଗଭୀର କରୁଣା ପ୍ରଦର୍ଶନ କରନ୍ତି।

    ଏହି କାରଣରୁ ଟାଟା ଟ୍ରଷ୍ଟ ନିକଟରେ ଦକ୍ଷିଣ ମୁମ୍ବାଇର ମହାଲକ୍ଷ୍ମୀ ଅଞ୍ଚଳରେ ଦେଶର ପ୍ରଥମ ଅତ୍ୟାଧୁନିକ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟର ଆଗାମୀ ଶୁଭାରମ୍ଭ ଘୋଷଣା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ