Saturday, July 27, 2024
24.6 C
Odisha

    ସୋରିଷ ତେଲର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ; ଜାଣନ୍ତୁ କାହିଁକି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ହେଲେ ସୋରିଷ ତେଲକୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ଶୁଣି ଆପଣ ଚକିତ ହୋଇଯିବେ । ଏବେ ବ୍ୟାନ୍ ହୋଇଛି ସୋରିଷ ତେଲ ।  ସୋରିଷ ମଞ୍ଜି, ତେଲର ଏକ ବହୁମୂଲ୍ୟ ଉତ୍ସ ଭାବରେ ଗ୍ରହଣ କରାଯାଏ । ଭାରତ, ଥାଇଲ୍ୟାଣ୍ଡ, ଏବଂ ପାକିସ୍ତାନ ପରି ଏସୀୟ ଦେଶମାନଙ୍କରେ ଅନେକ ଲୋକ ନିଜର ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ସୋରିଷ ତେଲ ଉପରେ ନିର୍ଭର କରନ୍ତି । ହେଲେ ଆମେରିକା, କାନାଡା ଏବଂ ୟୁରୋପ ପରି ଅନ୍ୟ କିଛି ଦେଶ ଏହି ସୋରିଷ ତେଲର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୋରିଷ ତେଲ ଅନେକ ଔଷଧୀୟ ଗୁଣ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ । ଏରୁକିକ୍ ଏସିଡ୍ ହେତୁ କେତେକ ଦେଶରେ ଏହାକୁ ନିଷେଧ କରାଯାଇଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁଯାୟୀ, ସୋରିଷ ତେଲରେ ଏରୁକିକ୍ ଏସିଡ୍ ପରିମାଣ ବହୁତ ଅଧିକ ରହିଥାଏ । ଏହା ଏକ ପ୍ରକାର ଫ୍ୟାଟି ଏସିଡ୍ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସଠିକ୍ ଭାବରେ ମେଟାବୋଲିଜଡ୍ ହୋଇନଥାଏ ଏବଂ ମସ୍ତିଷ୍କ କୋଷକୁ ମଧ୍ୟ କ୍ଷତି ପହଞ୍ଚାଏ । ସ୍ମୃତିଶକ୍ତି ଦୁର୍ବଳତା ପରି ଅନେକ ମାନସିକ ବିକୃତି ସହିତ ଇରୁକିକ୍ ଏସିଡ୍ ମଧ୍ୟ ଜଡିତ । ଏହା ଶରୀରରେ ଚର୍ବି ବୃଦ୍ଧି କରିଥାଏ । ଏହି ସବୁ କାରଣକୁ ଧ୍ୟାନରେ ରଖି ଆମେରିକା, କାନାଡା ଏବଂ ୟୁରୋପ ସୋରିଷ ତେଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ