Friday, August 28, 2026
28.2 C
Odisha

    NAC ମାନ୍ୟତା ଦାବି, ୮ ଘଣ୍ଟିଆ ବଣାଇ ବନ୍ଦ ଡାକରା ଦେଇଛି ବିଜେଡି

    ଆଗକୁ ପଢନ୍ତୁ

    ବଣାଇ : ୮ ଘଣ୍ଟିଆ ବଣାଇ ବନ୍ଦ । ବଣାଇକୁ NAC ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି । ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଦୋକାନବଜାର ବନ୍ଦ ରହିଛି । ରାସ୍ତା ଘାଟରେ ଟାୟାର ରଖି ରାସ୍ତା ଅବରୋଧ କରାଯାଇଛି । ପିକେଟିଂ କରି ସ୍କୁଲକୁ ଯାଇ ସମସ୍ତ ସ୍କୁଲ, ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀ ଜଗି ବସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି ।

    ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟି ବିଜ୍ଞାପିତ ଅଞ୍ଚଳ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୬ ଗୋଟି ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥିଲେ । ହେଲେ ସେଥିରେ ବଣାଇ ସ୍ଥାନ ପାଇନଥିବା ନେଇ ଜଣ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ବଣାଇକୁ ଆଠ ଘଣ୍ଟା ବନ୍ଦ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    76 %
    3.9kmh
    53 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ