Sunday, September 20, 2026
28.3 C
Odisha

    ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ହିନ୍ଦୀଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: କୁଳପତି

    ଆଗକୁ ପଢନ୍ତୁ

    କୋରାପୁଟ: ହିନ୍ଦୀ ସାହିତ୍ୟ ସମ୍ମିଳନୀ ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହିନ୍ଦୀ ସାହିତ୍ୟ ସମ୍ମିଳନୀର ୭୫ତମ ଜାତୀୟ ଅଧିବେଶନ ୨୦୨୪ ଜୁନ୍ ୨୫ ତାରିଖରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଖୋଲା ଅଧିବେଶନ ସହିତ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍‌ବୋଧନ ଦେଇ କହିଲେ, ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ହିନ୍ଦୀ ଭାଷୀ ଅଞ୍ଚଳର ଲୋକଙ୍କୁ ସାଂସ୍କୃତିକ ସଂଯୋଜକ ଭାବରେ କାର୍ଯ୍ୟ କରିବାକୁ ଏବଂ ଅନ୍ୟ ଭାରତୀୟ ଭାଷା ଏବଂ ସଂସ୍କୃତିକୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଉଦଯାପନୀ ସମାରୋହ ପୂର୍ବରୁ ପ୍ରଫେସର ଭରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ଜାତୀୟ ଶିକ୍ଷାନୀତି: ଭବିଷ୍ୟତ ସମାଜ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ଭାରତର ପାରମ୍ପରିକ ଜ୍ଞାନର ସଂରକ୍ଷଣ, ମାତୃଭାଷାରେ ଶିକ୍ଷାର ପ୍ରୋତ୍ସାହନ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ସାର୍ବଜନୀନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସୁଶୀଲ କୁମାର ଉପାଧ୍ୟାୟ, ମୋହନ କୃଷ୍ଣ ଭରଦ୍ୱାଜ, ଡ. ମନୋହର ମୟୂର ଯମୁନା ଦେବୀ ଏବଂ ଡ. ଦୀପ୍ତି ବୋକାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

    ଖୋଲା ଅଧିବେଶନରେ ହିନ୍ଦୀ ଭାଷାପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ବାଚକ ଶ୍ରୁତି ଓ ସମ୍ମିଳନୀ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଫେସର ହେମରାଜ ମୀନା ପୁରସ୍କାର ବିଜେତାଙ୍କୁ ପରିଚୟ ଦେଇ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ମନମୋହନ ଗୋୟଲ, ସୁଶୀଲ କୁମାର ପାତ୍ର, ଡ ଭଗବାନ ତ୍ରିପାଠୀ, ଚରଣ ସିଂହ ମୀନା, ଡ. ଚକ୍ରଧର ପ୍ରଧାନ, ଡ ମନୋଜ କୁମାର ସିଂହ, ପ୍ରଫେସର ହେମରାଜ ମୀନା, ଡ ମନୋହର ମୟୂର ଯମୁନା ଦେବୀ, ପ୍ରଫେସର ରାମକୁମାର ମିଶ୍ର, ଡ. ମାଲି ପଟେଲ ଶ୍ରୀନିବାସ ରାଓ, ପ୍ରଫେସର ବିଭାଷ ଚନ୍ଦ୍ର ଝା, ଡ. ଅଖିଳେଶ ନିଗମ ଅଖିଳ ଓ ଡ. ଲୋକେଶ୍ୱର ପ୍ରସାଦ ସିହ୍ନା ସାହିତ୍ୟ ବାଚକ ଶୃତିରେ ସମ୍ମାନିତ ହୋଇଥିଲେ।

    ଏହାପରେ ଶେଷ ମଣି ପାଣ୍ଡେ ହିନ୍ଦୀ ସାହିତ୍ୟ ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ବାଚସ୍ପତି’ ସମ୍ମାନରେ ସମ୍ମାନିତ କାରିବାକୁ ଡ. ଅଜୟ କୁମାର ପଟ୍ଟନାୟକ ଓ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନାମ ଘୋଷଣା କରିଥଲେ । ହିନ୍ଦୀ ସାହିତ୍ୟ ସମ୍ମିଳନୀର ପ୍ରଧାନମନ୍ତ୍ରୀ ଶ୍ରୀ କୁନ୍ତକ ମିଶ୍ର ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ବାଚସ୍ପତି’ ସମ୍ମାନ ଡ. ପଟ୍ଟନାୟକ ଓ ପ୍ରଫେସର ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ। ଡ. ପଟ୍ଟନାୟକ ତାଙ୍କ ଛାତ୍ର ଦିବସକୁ ସ୍ମରଣ କରିବା ସହ ‘ସାହିତ୍ୟ ବଚସ୍ପତି ସମ୍ମାନ’ର ଜାତୀୟ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ହିନ୍ଦୀ ପ୍ରତି ତାଙ୍କର ଆଗ୍ରହ ରେ ସେ ଗଞ୍ଜାମରୁ ଆହ୍ଲାବାଦ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

    ହିନ୍ଦୀ ସାହିତ୍ୟ ସମ୍ମିଳନୀର ସାହିତ୍ୟ ମନ୍ତ୍ରୀ ପ୍ରଫେସର ରାମକିଶୋର ଶର୍ମା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ। ସେ କୁଳପତି, ରେଜିଷ୍ଟ୍ରାର, ଫାଇନାନ୍ସ ଅଫିସର, ସିକ୍ୟୁରିଟି ଅଫିସର, ଲୋକ ସମ୍ପର୍କ ଅଧିକାରୀ ଏବଂ ସମଗ୍ର ଭାରତର ସମସ୍ତ ହିନ୍ଦୀ ପ୍ରେମୀଙ୍କୁ ସହଯୋଗ, ଆତିଥ୍ୟ ଏବଂ ସମ୍ମାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ସମାରୋହ ଶେଷରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିବା ସହ ନିଜ ଶରୀର ଓ ମନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ବୋଲି ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ