Monday, October 12, 2026
22.3 C
Odisha

    ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍ ଦେଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍  ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କୁ ନେଇ ଚାଲିଥିବା ସମାଲୋଚନାକୁ ମୁଁ ନିନ୍ଦା କରୁଛି । ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ପାଣ୍ଡିଆନ୍‌ଙ୍କୁ  ହିଁ ଦାୟୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ  ଏ ନେଇ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନ୍‌ଙ୍କୁ  କ୍ଲିନ୍‌ଚିଟ୍ ଦେଇଛନ୍ତି ଓ ସମାଲୋଚକମାନଙ୍କୁ ନିନ୍ଦା କରିଛନ୍ତି ।

    ଏହା ସହ ନବୀନ କହିଛନ୍ତି ପାଣ୍ଡିଆନ୍ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢି ନାହାନ୍ତି ।  ପରାଜୟକୁ ମୁଁ ସ୍ୱୀକାର କରିବା ସହ ରାଜ୍ୟବାସୀଙ୍କ ସେବା ଜାରି ରଖିବି ।  ରାଜ୍ୟବାସୀ ମତେ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ସେ ପୁଣି କହିଛନ୍ତି ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ । ପାଣ୍ଡିଆନ୍ ମୋ  ଉତ୍ତରାଧିକାରୀ ନୁହଁନ୍ତି।  ଏହା ସହିତ ନବୀନ କହିଛନ୍ତି ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡ଼ି ସରକାରଙ୍କୁ ଓଡ଼ିଶାର ଜନସାଧାରଣ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ।

    ଆମ ସରକାରଙ୍କ ଉପଲବ୍ଧି ନେଇ ମୁଁ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ଆମେ ପରାଜୟକୁ ସାଦର ସହ ଗ୍ରହଣ କରୁଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ