Thursday, April 2, 2026
26 C
Odisha

    ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା, କଟାକ୍ଷ କଲେ ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ମୋ ମୁଖ୍ୟମନ୍ତ୍ରୀତ୍ବ କାଳରେ ମୁଁ ଓ ମନ୍ତ୍ରୀମାନେ ଥାନାକୁଫୋନ୍ କରି ଥାନାକୁ ଆସୁଥିବା ଲୋକଙ୍କ କଥା ପଚାରି ବୁଝୁଥିଲେ। ନୂଆ ସରକାରଙ୍କର ଶହେ ଦିନ ହେଲାଣି, ସେମାନେ କଣ କରୁଛନ୍ତି।
    ଏଣେ ରାଜସ୍ବ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ନବୀନ ପଟ୍ଟନାୟକଙ୍କ ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ଚାହିଁଥିଲେ, ମହିଳାଙ୍କ ଉପରେ ନିର୍ଯାତନା ବନ୍ଦ କରିପାରିଥାନ୍ତେ। ତାଙ୍କ ସମୟରେ ପରୀ ଓ ବେବିନାଙ୍କୁ ନ୍ୟାୟ ମିଳିନଥିଲା। ଶହଶହ ମହିଳା ନିର୍ଯାତିତା ହୋଇଛନ୍ତି। ଏପରିକି ବିଜେଡି ନେତାମାନଙ୍କ ନାଆଁରେ ବି ଅଭିଯୋଗ ଆସିଥିଲା, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।  ସେ କେବଳ ଆଦର୍ଶ ଥାନା ପ୍ରତିଷ୍ଠା କରିଥିଲେ, ହେଲେ ଆମେ ଆଦର୍ଶ ପୁଲିସ ଅଧିକାରୀ ତିଆରି ଲାଗି ପ୍ରୟାସ କରିବୁ।

    ସୂଚନାଯୋଗ୍ୟ,ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
    ଏହା ଭିତରେ କମିସନରେଟ୍ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡ୍ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଛାନଭିନ୍ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ